ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ପିପିଲିସ୍ଥିତ ପୀତବାସ ୟୁଜିଏମ୍ଇ ସ୍କୁଲରେ ଅନୁଷ୍ଠିତ ହେଉଥିବା ଷଷ୍ଠ ଶ୍ରେଣୀ ଷାଣ୍ମାସିକ ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଇତିହାସ ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିବାରୁ କଳାପଟାରେ ପ୍ରଶ୍ନ ଲେଖିବାକୁ ବାଧ୍ୟ ହେଲେ ଶିକ୍ଷୟିତ୍ରୀ। ୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ମାତ୍ର ୧୦ଟି ପ୍ରଶ୍ନପତ୍ର ଆସିଥିଲା।
ସୂଚନା ଯୋଗ୍ୟ, ଆଜିଠାରୁ ରାଜ୍ୟରେ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ପ୍ରଥମରୁ ୮ମ ଶ୍ରେଣୀ ଯାଏ ସବୁ ଜିଲ୍ଲାରେ ସମାନ ସମୟରେ ସମାନ ପ୍ରଶ୍ନପତ୍ର ପରୀକ୍ଷା ବ୍ୟବସ୍ଥା ହୋଇଛି। ହେଲେ ଏହି ବ୍ୟବସ୍ଥା ଆରମ୍ଭରୁ ଏପରି ବିଭ୍ରାଟ ଦେଖାଦେଇଛି।