ପୁଣି ଭାଙ୍ଗିଲା ପରମ୍ପରା: ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରାକୁ ଆସିଲେନି କପିଳନାଥ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲଙ୍ଗରାଜଙ୍କ ଚନ୍ଦନ ଯାତ୍ରାରେ ପୁଣି ପରମ୍ପରା ଭଙ୍ଗ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରାରେ କପିଳନାଥ ଯୋଗ ଦେଇନାହାନ୍ତି। ପ୍ରଶାସନିକ ନିମନ୍ତ୍ରଣ ସତ୍ତ୍ୱେ କପିଳନାଥ ମନ୍ଦିର ସେବାୟତ ବିବାଦ ଯୋଗୁଁ ସେ ଅନୁପସ୍ଥିତ ରହିଛନ୍ତି। ତାଙ୍କ ଆସ୍ଥାନରେ ଗୁଆ ରଖି ଯାତ୍ରା ଆରମ୍ଭ କରାଯାଇଛି। ମହାପ୍ରଭୁ ଲିଙ୍ଗରାଜ ମା ପାର୍ବତୀ, ଭଉଣୀ ଋକ୍ମୁଣା, ବାସୁଦେବ ଏବଂ କପିଳନାଥଙ୍କ ସହ ବିନ୍ଦୁ ସାଗରରେ ଚାପ ଖେଳିବାର ପରମ୍ପରା ରହିଛି। ମାତ୍ର କପିଳନାଥ ମନ୍ଦିରରେ […]

lingaraj

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 11:18 PM IST

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଲଙ୍ଗରାଜଙ୍କ ଚନ୍ଦନ ଯାତ୍ରାରେ ପୁଣି ପରମ୍ପରା ଭଙ୍ଗ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରାରେ କପିଳନାଥ ଯୋଗ ଦେଇନାହାନ୍ତି। ପ୍ରଶାସନିକ ନିମନ୍ତ୍ରଣ ସତ୍ତ୍ୱେ କପିଳନାଥ ମନ୍ଦିର ସେବାୟତ ବିବାଦ ଯୋଗୁଁ ସେ ଅନୁପସ୍ଥିତ ରହିଛନ୍ତି। ତାଙ୍କ ଆସ୍ଥାନରେ ଗୁଆ ରଖି ଯାତ୍ରା ଆରମ୍ଭ କରାଯାଇଛି।

ମହାପ୍ରଭୁ ଲିଙ୍ଗରାଜ ମା ପାର୍ବତୀ, ଭଉଣୀ ଋକ୍ମୁଣା, ବାସୁଦେବ ଏବଂ କପିଳନାଥଙ୍କ ସହ ବିନ୍ଦୁ ସାଗରରେ ଚାପ ଖେଳିବାର ପରମ୍ପରା ରହିଛି। ମାତ୍ର କପିଳନାଥ ମନ୍ଦିରରେ ସେବାୟତ ବିବାଦ ପାଇଁ ସେ ଆସିନାହାନ୍ତି। ଗତବର୍ଷ ମଧ୍ୟ ଏହି ସମାନ ସ୍ଥିତି ଉପୁଜିଥିଲା।

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ପରମ୍ପରା ଭଙ୍ଗ ହେବାର ଆଶଙ୍କା କରି ମନ୍ଦିର ପ୍ରଶାସନ ଦେବୋତ୍ତର କମିଶନଙ୍କୁ ଏ ବାବଦରେ ଜଣାଇଥିଲେ। ହେଲେ କୌଣସି ସମାଧାନ ହୋଇପାରିନାହିଁ।

ଏକାମ୍ର କ୍ଷେତ୍ରରେ ପ୍ରଭୁ ଲିଙ୍ଗରାଜ ୨୨ ଦିନ ଧରି ଚାପ ଖେଳିବେ।

Related story