ବିନା ହେଲ୍ମେଟ୍ରେ ବାଇକ୍ ପଛରେ ବସିଲେ ଗଣିବେ ତଣ୍ଡ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗରୁ ବାଇକ୍ ଚଳାଉଥିବା ବ୍ୟକ୍ତି ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା। ଏବେ ଏଥିରେ ପରିବର୍ତ୍ତନ କରାଯାଇଛି। ବାଇକ ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବା ଜରୁରୀ। ଯଦି ଉଭୟ ହେଲ୍ମେଟ୍ ପିନ୍ଧି ନଥିବେ, ତା’ହେଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରାଯିବ। ଆଜି ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— STA Odisha (@STAOdisha) December 5, 2020
ଗତକାଲି କଟକ ଆର୍ଟିଓ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୪୨ଟି ଡିଏଲ୍ ସମାୟିକ ଭାବେ ବାତିଲ କରାଯାଇଥିଲା। ଏନେଇ ନେଇ କରାଯାଇଥିବା ଏକ ଟ୍ୱିଟରେ (State Transport Authority) ଏସ୍ଟିଏ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।