ଆଜି ଆଲୋକର ପର୍ବ ଦୀପାବଳି ; ଏଥର ଫୁଟିବନି ବାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ । ଦୀପ ପ୍ରଜ୍ୱଳିତ କରି ଉତ୍ସବ ପାଳନ କରିବାର ଦିନ ହେଉଛି ଦିପାବଳୀ । ତେବେ ଚଳିତ ବର୍ଷ କରୋନା  ମହାମାରୀକୁ ନେଇ ଆମ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଏଥିଯୋଗୁ ବାଣ ବଜାର ପ୍ରଭାବିତ ହୋଇଥିବା ବେଳେ ଘରେ ଦୀପ ଜଳାଇ, ପରସ୍ପରକୁ ମିଠା ଖୁଆଇ ଏହି ପର୍ବ ପାଳନ ନିମନ୍ତେ ଉତ୍ସାହ […]

diwali

Niharika Rout
  • Published: Saturday, 14 November 2020
  • , Updated: 14 November 2020, 10:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଅନ୍ଧାରକୁ ଦୂର କରି ଆଲୋକକୁ ସ୍ୱାଗତ କରିବାର ଦିନ । ଦୀପ ପ୍ରଜ୍ୱଳିତ କରି ଉତ୍ସବ ପାଳନ କରିବାର ଦିନ ହେଉଛି ଦିପାବଳୀ । ତେବେ ଚଳିତ ବର୍ଷ କରୋନା  ମହାମାରୀକୁ ନେଇ ଆମ ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ଏଥିଯୋଗୁ ବାଣ ବଜାର ପ୍ରଭାବିତ ହୋଇଥିବା ବେଳେ ଘରେ ଦୀପ ଜଳାଇ, ପରସ୍ପରକୁ ମିଠା ଖୁଆଇ ଏହି ପର୍ବ ପାଳନ ନିମନ୍ତେ ଉତ୍ସାହ ଦେଖାଦେଇଛି।

ସୂଚନାଯୋଗ୍ୟ, ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ନେଇ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି ଏହି ପରମ୍ପରା।   ଆତସବାଜୀ ଓ ଆଲୋକମାଳାରେ ଘରକୁ ସଜାଇ ଏହି ପର୍ବକୁ ଧୁମଧାମର ସହ ପାଳନ କରିଥାନ୍ତି ଲୋକେ  । ଘରେ ଘରେ ପିଠାମିଠାରେ ମହକି ଉଠେ ପରିବେଶ । ପରସ୍ପରକୁ ମିଠା ଖୁଆଇ  ଆନନ୍ଦର ସହ ଏହି ପାଳନ କରିବାର ପରମ୍ପରା ରହିଛି ।

ସାରା ଦେଶ ତଥା ବିଦେଶରେ ମଧ୍ୟ ଦୀପାବଳି ଉତ୍ସବ ପାଳନ କରାଯାଉଛି । ତେବେ ଚଳିତ ବର୍ଷ ଆମ ରାଜ୍ୟରେ କରୋନା ସ୍ଥିତିକୁ ନେଇ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି ସରକାର । ଏଥିଯୋଗୁଁ ଉତ୍ସବ ପାଳନ ମଧ୍ୟ ପ୍ରଭାବିତ ହୋଇଛି । ଏପଟେ ବଜାରରେ ଦୀପ, ଧୂପ, ମହମବତୀ ସହ ଇଲେକ୍ଟ୍ରିକ୍ ଆଲୋକମାଳା କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଛି ।

 

....

Related story