କାମାକ୍ଷାନଗର(ବିଦ୍ୟାଧର ବରାଳ): କାର୍ତ୍ତିକେଶ୍ୱର ଭଷାଣିରେ ଅଧିକ ସାଉଣ୍ଡର ଡିଜେ ଲଗାଇ ମଜା ନେଉଥିଲେ ଦର୍ଶକ। ହେଲେ ଏପରି କରି ବନ୍ଧା ହେଲେ ଡିଜେ ମାଲିକ ଓ ଡ୍ରାଇଭର। ଏ ଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅଞ୍ଚଳରେ । ଗିରଫ ଡିଜେ ମାଲିକ କଟକ ବଡମ୍ବା ଅଞ୍ଚଳର ସନ୍ତୋଷ କୁମାର ବେହେରା ଏବଂ ଗାଡି ଚାଳକ ବଡମ୍ବା ବନମାଳୀପୁର ଗାଁର ଚିନ୍ତାମଣି ବେଜ୍ ।
ବିନା ଅନୁମତିରେ ଉଚ୍ଚ ଶବ୍ଦ ସହ ଭାଇବ୍ରେଟର ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ୁଥିବା ସହ ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ଭୁବନ ପୁଲିସ ତୁରନ୍ତ ଆକ୍ସନ ମୁଡକୁ ପଳାଇ ଆସିଥିଲା। ଏହାପରେ ପୁଲିସ୍ ତତ୍କ୍ଷଣାତ ଡିଜେ ଗାଡିକୁ ଜବତ କରିବା ସହ ମାଲିକ ଓ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଅଧିକ ସାଉଣ୍ଡର ଡିଜେ ଶବ୍ଦ ଯୋଗୁଁ ଅଞ୍ଚଳରେ ପ୍ରଦୂଷଣ ବଢିବା ସହ ମୁଖ୍ୟତଃ ହୃଦରୋଗୀଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନ ପୁଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।