ଆସନ୍ତାକାଲିଠୁ ଆରମ୍ଭ ହେବ ଡିଏଲ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠୁ ପୁଣିଥରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ ଡିଏଲ୍ ଓ ଲର୍ଣ୍ଣିଂ ଲାଇସେନ୍ସ ନିମନ୍ତେ ଆସନ୍ତାକାଲିଠୁ ଆବେଦନ କରିହେବ। ଡିଏଲ୍ ଟେଷ୍ଟ୍ ପାଇଁ ଆସନ୍ତାକାଲିଠୁ ସାନି ସ୍ଲଟ ବୁକିଂ ଆରମ୍ଭ ହେବ। ଆସନ୍ତାକାଲି ସକାଳ ୭ଟାରୁ ଡିଏଲ ଟେଷ୍ଟ୍ ପାଇଁ ସ୍ଲଟ ବୁକିଂ ହେବ। ତେବେ […]

driving-license

Tapas Behera
  • Published: Wednesday, 10 June 2020
  • , Updated: 11 June 2020, 07:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ(ଡିଏଲ) ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠୁ ପୁଣିଥରେ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ ଡିଏଲ୍ ଓ ଲର୍ଣ୍ଣିଂ ଲାଇସେନ୍ସ ନିମନ୍ତେ ଆସନ୍ତାକାଲିଠୁ ଆବେଦନ କରିହେବ। ଡିଏଲ୍ ଟେଷ୍ଟ୍ ପାଇଁ ଆସନ୍ତାକାଲିଠୁ ସାନି ସ୍ଲଟ ବୁକିଂ ଆରମ୍ଭ ହେବ। ଆସନ୍ତାକାଲି ସକାଳ ୭ଟାରୁ ଡିଏଲ ଟେଷ୍ଟ୍ ପାଇଁ ସ୍ଲଟ ବୁକିଂ ହେବ।

ତେବେ ଲର୍ଣ୍ଣିଂ ଲାଇସେନ୍ସ ସ୍କଟ୍ ବୁକିଂ ଜୁନ୍ ୨୨ତାରିଖରୁ ଆରମ୍ଭ ହେବ। ସେହିପରି ଡିଏଲ୍ ଟେଷ୍ଟ୍ ୧୮ତାରିଖରୁ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ୍ ଜୁନ୍ ୨୯ତାରିଖରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଟେଷ୍ଟିଂ ବେଳେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ ପାଇଁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ ସହ କୋଭିଡ୍‌-୧୯ର ସବୁ ଗାଇଡଲାଇନକୁ ପାଳନ କରି ଏହି ଡିଏଲ୍ ଆବେଦନ ଓ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହେବ। ସମସ୍ତ ଆବେଦନକାରୀ ଓ କର୍ମଚାରୀମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, କରୋନାଜନିତ ଲକଡାଉନ୍ ଓ ସଟଡାଉନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡ୍ରାଇଭିଂ ଲାଇସେନ୍ସ ଆବେଦନ ଓ ଟେଷ୍ଟ୍ ପ୍ରକ୍ରିୟାକୁ ଅସ୍ଥାୟୀ ଭାବେ ବନ୍ଦ ରଖିଥିଲେ।

Related story