ଡି’ଲିଙ୍କ୍: ବୁଲୁକୁ ପୁଣି ଜେରା କରିବ ପୋଲିସ୍

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତିକୁ ଆଜି ମଧ୍ୟ କମିଶନରେଟ୍ ପୋଲିସ୍ ଜେରା କରିବ। ଏହାସହିତ ରାମ୍‌କି ଓ ସୁଲଭ ଇଣ୍ଟରନ୍ୟାସନାଲ୍ କର୍ମକର୍ତ୍ତାଙ୍କୁ  ପୋଲିସ୍ ଜେରା କରିବ।  ଡି’ବ୍ରଦର୍ସଙ୍କ ସହିତ ବୁଲୁଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ  ଗତ ୪ ତାରିଖରେ ଚାଉଳିଆଗଞ୍ଜ ଥାନା ପୋଲିସ୍ ତାଙ୍କୁ ନୋଟିସ୍ ଜାରି କରିଥିଲା। ସେ ଗତ ୭ ତାରିଖରେ ସେ ଚାଉଳିଆଗଞ୍ଜ ଥାନାରେ […]

bulu

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 03:30 AM IST

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତିକୁ ଆଜି ମଧ୍ୟ କମିଶନରେଟ୍ ପୋଲିସ୍ ଜେରା କରିବ। ଏହାସହିତ ରାମ୍‌କି ଓ ସୁଲଭ ଇଣ୍ଟରନ୍ୟାସନାଲ୍ କର୍ମକର୍ତ୍ତାଙ୍କୁ  ପୋଲିସ୍ ଜେରା କରିବ।  ଡି’ବ୍ରଦର୍ସଙ୍କ ସହିତ ବୁଲୁଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ  ଗତ ୪ ତାରିଖରେ ଚାଉଳିଆଗଞ୍ଜ ଥାନା ପୋଲିସ୍ ତାଙ୍କୁ ନୋଟିସ୍ ଜାରି କରିଥିଲା। ସେ ଗତ ୭ ତାରିଖରେ ସେ ଚାଉଳିଆଗଞ୍ଜ ଥାନାରେ ଖାଜର ହୋଇଥିଲେ। ତେବେ ସେ ପ୍ରଥମ ଦିନର ଜେରାରେ ଡି’ବ୍ରଦର୍ସଙ୍କୁ ଜାଣି ନ ଥିବା କହିଥିଲେ।

ସେହିପରି ତା’ପର ଦିନ ତଥା ମାର୍ଚ୍ଚ ୮ ତାରିଖରେ ଦ୍ୱିତୀୟ ଦିନ ପାଇଁ ବୁଲୁଙ୍କୁ ପୋଲିସ୍ ଜେରା କରିଥିଲା। ଜେରା ସମୟରେ ବୁଲୁ ଡି’ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା କହିଥିଲା। ୧୯୯୪ରେ ଏକ ଅପରାଧିକ ମାମଲାରେ ଗିରଫ ହୋଇ ରାଉରକେଲା ଜେଲରେ ଥିବା ବେଳେ ସେଠାରେ ସୁଶାନ୍ତ ଧଳସାମନ୍ତଙ୍କ ସହ ପରିଚୟ ହୋଇଥିଲା ବୋଲି ବୁଲୁ କହିଥିଲା। ପରେ ସୁଶାନ୍ତ ମାଧ୍ୟମରେ ସୁଶୀଲଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୁଶୀଲ୍ ଧଳସାମନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ହାତେଇବାକୁ ସାହାଯ୍ୟ କରିଥିବା ବୁଲୁ କହିଥିଲା।

Related story