ପାରାଦୀପ (ଏନ୍ଏମ୍ ବୈଶାଖ): ପାରାଦୀପ ବନ୍ଦରର PICT ବର୍ଥରେ ଆଜି ପ୍ରଥମ କରି ଏକ ପଣ୍ୟବାହି ଜାହାଜ ଲାଗିଛି। DMC Jupiter ନାମକ ଏହି ଜାହାଜରେ ପାରାଦୀପରୁ ଜିନ୍ଦଲ କମ୍ପାନୀର ଆଇରନ୍ ପ୍ଲେଟ୍ ଓ ପାଇପ୍ ବାହାର ଦେଶକୁ ରପ୍ତାନି ହେବ। ତେବେ ଏହାର ବୋଝେଇ ଖଲାସ କାର୍ଯ୍ୟ PICT ନିଜ ହାତରେ ରଖିଛି। ଏଥିପାଇଁ ଅତ୍ୟାଧୁନିକ ଯାନ୍ତ୍ରିକ ପଦ୍ଧତି ପାଇଁ ଆନୁସଙ୍ଗିକ ସାମଗ୍ରୀ ଓ ବ୍ୟାନର ହାଉସ ନିର୍ମାଣ କରିଛି।
ପାରାଦୀପ ବନ୍ଦରରୁ BOT Besishରେ ପ୍ରାୟ ୭୫୦ଟଙ୍କା ବିନିଯୋଗରେ JM Boxi Group ଏହି clean cargo berth ନିର୍ମାଣ କରିଛି। ପ୍ରାୟ ୨ ବର୍ଷ ଧରି କାର୍ଯ୍ୟ ଚାଲିବା ପରେ ଚଳିତ ମାସ ଶେଷ ହୋଇଛି। ତେବେ ଜାହାଜ ଠିକ ଭାବେ ପଣ୍ୟ ନେଇ ଯିବା ପରେ ବଳକା ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ ବୋଲି ପିଆଇସିଟି ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।