କଟକ: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା ପାଇଁ ହସ୍ପିଟାଲ୍ ପରିଚାଳନା ଓ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଦାୟୀ। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଏମ୍ଇଟି ରିପୋର୍ଟ ଆଧାରରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଶିଶୁମୃତ୍ୟୁ ଲାଗି କ୍ଲିନିକାଲ୍ ନେଗଲିଜେନ୍ସି ହୋଇ ନଥିବା ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ବହୁ ଶିଶୁ ରୋଗୀଙ୍କୁ ଶିଶୁଭବନକୁ ଅଣାଯାଇଥିଲା। ପ୍ରାୟ ୮୦ ପ୍ରତିଶତରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସିଥିବା ନେଇ ଡିଏମ୍ଇଟି ରିପୋର୍ଟରେ ଦର୍ଶାଯାଇଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଶିଶୁଭବନ ଅଧିକ୍ଷକ ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ଆଜି ବଦଳି କରାଯାଇଛି।