ଟିକା ନେବାପରେ ମଦ ପିଇବା ମନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ନକଲି ମଦ କାରବାରର ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ୍ ସମୟରେ ବି ମଦର ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ କୋଭିଡ୍ ଟିକା ନେଉଥିବା ବ୍ୟକ୍ତିମାନେ ଟିକା ନେବାପରେ ମଦ ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି। ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଏ ସମ୍ପର୍କରେ […]

alcohol

alcohol

Ordigital Desk
  • Published: Wednesday, 05 May 2021
  • Updated: 05 May 2021, 11:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ନକଲି ମଦ କାରବାରର ଆଶଙ୍କା କରି ରାଜ୍ୟ ସରକାର ଲକଡାଉନ୍ ସମୟରେ ବି ମଦର ହୋମ୍ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ କୋଭିଡ୍ ଟିକା ନେଉଥିବା ବ୍ୟକ୍ତିମାନେ ଟିକା ନେବାପରେ ମଦ ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।

ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ଟିକା ନେବାର ୪୫ଦିନ ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହେଉଛି। ଯାହାକି କୋଭିଡ୍ ସହ ଲଢ଼ିବାରେ ସହାୟକ ହୋଇଥାଏ। କୋଭିଡ୍ ଟିକା ନେବାପରେ ମଦ ପିଇ ମୁଖାର୍ମୀ କରିବା ଅନୁଚିତ୍। ଟିକା ନେଇ ମଦ ପିଇଲେ ଶରୀର ରୋଗପ୍ରତିରୋଧକ କ୍ଷମତା ବା ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇଯିବ। ଲିଭର ଉପରେ ମଧ୍ୟ ମଦ ଗଭୀର ପ୍ରଭାବ ପକାଉଛି। ତେଣୁ କୋଭିଡ୍ ଟିକା ନେବାପରେ ମଦ ପିଇବା ଉଚିତ୍ ନୁହେଁ ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ, ଏବେ ଲକଡାଉନ ଓ ଶଟଡାଉନ୍ ସହ ସାମୁହିକ ଟିକାକରଣ ମାଧ୍ୟମରେ କୋଭିଡ୍ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମାତ୍ର ଲକଡାଉନବେଳେ ଲୋକେ ନକଲି ମଦ ପିଇବାର ଆଶଙ୍କା କରି ରାଜ୍ୟ ସରକାର ଏବେ ମଦର ହୋମ ଡେଲିଭରି ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଉ ଲୋକମାନେ ମଧ୍ୟ ଲକଡାଉନରେ ମଦ ଦୋକାନ ବନ୍ଦ ହେଉଥିବାରୁ ବିପୁଳ ପରିମାଣର ମଦ କିଣି ରଖିଛନ୍ତି। ଯାହାକି ମଦପାନ କରୁଥିବା ତଥା କରୋନା ଟିକା ନେଉଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos