ଆଜି ଦୀପାବଳି: ମନେ ଅଛି ତ, କେତେଟାରୁ କେତେଟା ବାଣ ଫୁଟାଇପାରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ […]

bbsr

Jyoshna Pradhan
  • Published: Sunday, 27 October 2019
  • , Updated: 27 October 2019, 09:39 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ମିଳିଛି। ବାଣ ସହ ରଙ୍ଗ ବେରଙ୍ଗର ଲିଚୁ ମାଳ, ରାଇସ୍ ଲାଇଟ୍ ଓ ଏଲ୍ଇଡି ଷ୍ଟ୍ରିପ୍ କିଣିବା ପାଇଁ ମଧ୍ୟ ରାଜଧାନୀବାସୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।

ଅନ୍ୟପକ୍ଷରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। କେବଳ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ଅନୁମତି ଦି‌ଆଯାଇଛି।  ୧୨୫ ଡେସିବଲ୍‌ରୁ ଅଧିକ ଶବ୍ଦ କରୁଥିବ ବାଣ ନ ଫୁଟାଇବାକୁ କୁହାଯାଇଛି। ତା’ସହିତ ଚାଇନା ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍ ଲାଗିଛି।

Related story