ଷ୍ଟିଙ୍ଗ ଅପରେସନ୍‌ରେ ଧରା ପଡ଼ିଥିବା ଡାକ୍ତର ନିଲମ୍ୱିତ

ସମ୍ୱଲପୁର: ଭିମ୍‌ସାର ଅସ୍ତିଶଲ୍ୟ ବିଭାଗର ଡାକ୍ତର ଗୌତମ ଶତପଥୀ ନିଲମ୍ୱିତ ହୋଇଛନ୍ତି। କିଛି ଦିନ ତଳେ ଡାକ୍ତର ଶତପଥୀ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଷ୍ଟିଙ୍ଗ ଅପରେସନରେ ଧରାପଡ଼ିଥିଲେ। ଗୁପ୍ତ କ୍ୟାମେରାରେ ତାଙ୍କର ସମସ୍ତ ବେଆଇନ୍‌ କାମ ରେକର୍ଡ ହୋଇଥିଲା। ସୂଚନାରୁ ପ୍ରକାଶ, ଡାକ୍ତର ଗୌତମ ଶତପଥୀ ଦୀର୍ଘ ଦିନ ଧରି ଡାକ୍ତରଖାନାକୁ ଆସୁନଥିଲେ। ଏନେଇ ଅଭିଯୋଗ ପାଇବା ପରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗତ ୧୫ ତାରିଖରେ […]

docter

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 06:02 PM IST

ସମ୍ୱଲପୁର: ଭିମ୍‌ସାର ଅସ୍ତିଶଲ୍ୟ ବିଭାଗର ଡାକ୍ତର ଗୌତମ ଶତପଥୀ ନିଲମ୍ୱିତ ହୋଇଛନ୍ତି। କିଛି ଦିନ ତଳେ ଡାକ୍ତର ଶତପଥୀ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଷ୍ଟିଙ୍ଗ ଅପରେସନରେ ଧରାପଡ଼ିଥିଲେ। ଗୁପ୍ତ କ୍ୟାମେରାରେ ତାଙ୍କର ସମସ୍ତ ବେଆଇନ୍‌ କାମ ରେକର୍ଡ ହୋଇଥିଲା।

ସୂଚନାରୁ ପ୍ରକାଶ, ଡାକ୍ତର ଗୌତମ ଶତପଥୀ ଦୀର୍ଘ ଦିନ ଧରି ଡାକ୍ତରଖାନାକୁ ଆସୁନଥିଲେ। ଏନେଇ ଅଭିଯୋଗ ପାଇବା ପରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ତେବେ ଗତ ୧୫ ତାରିଖରେ ଡାକ୍ତର ଶତପଥୀ ଘରେ ରୋଗୀ ଦେଖୁଥିଲେ। ଏନେଇ ସୂଚନା ପାଇଁ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ସେଠାରେ ପହଞ୍ଚି ତାଙ୍କୁ ଧରିଥିଲେ।

କିଛି ଦିନ ତଳେ ମ଼େଡିକାଲର ଆସୋସିଏଟ ପ୍ରଫେସର ଡାକ୍ତର ବି.ବି.ପଣ୍ଡା ହସ୍ପିଟାଲରେ ଡ୍ୟୁଟି ସମୟରେ ଉପସ୍ଥିତ ନ ରହି ଘରୋଇ କ୍ଲିନିକରେ କାମ କରୁଥିବା ନେଇ ଭିମସାର ନିର୍ଦ୍ଦେଶକଙ୍କ ଅପରେସନରେ ଧରା ପଡିଥିଲେ।

ଏନେଇ ଭିମସାର ଅଶ୍ୱିନୀ ପୂଜାହାରୀ କହିଛନ୍ତି-“ଗରିବ ଲୋକଙ୍କୁ ଚିକିତ୍ସା କରିବା ଅପରାଧ ନୁହେଁ। ଡ୍ୟୁଟି ସମୟରେ ପ୍ରାକ୍ଟିସ କଲେ ଚାକିରି ଛାଡିଦେବା ଉଚିତ୍।”

Related story