- Videos
- Odisha
- ବଡ଼ ଡାକ୍ତରଖାନାରେ ଏମିତି ହୁଏ କି ଚିକିତ୍ସା? ରୋଗୀଙ୍କୁ ଡାକ୍ତରବାବୁ ପିଟିଲେ, ଅଭିଯୋଗ କଲାରୁ ଫାଙ୍କିଦେଲେ; ଦେଖନ୍ତୁ ଭିଡିଓ
ବଡ଼ ଡାକ୍ତରଖାନାରେ ଏମିତି ହୁଏ କି ଚିକିତ୍ସା? ରୋଗୀଙ୍କୁ ଡାକ୍ତରବାବୁ ପିଟିଲେ, ଅଭିଯୋଗ କଲାରୁ ଫାଙ୍କିଦେଲେ; ଦେଖନ୍ତୁ ଭିଡିଓ
- Published: Thursday, 04 January 2018
- , Updated: 04 January 2018, 09:56 PM IST
<p>କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ମେଡ଼ିକାଲର ପିଛା ଛାଡ଼ୁନି ବିବାଦ। କେତେବେଳେ ରୋଗୀଙ୍କୁ ଡାକ୍ତରଙ୍କ ମାଡ଼ ତ ଆଉ କେତେବେଳେ ଡାକ୍ତରଙ୍କୁ ରୋଗୀଙ୍କ ମାଡ଼। ଆଜି ପୁଣି ସେମିତି ଏକ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଛି ବଡ଼ ମେଡ଼ିକାଲ। ବରଗଡ଼ ଜିଲ୍ଲା ସୋହେଲା ଅଞ୍ଚଳରୁ ଆସିଥିବା ଜଣେ ରୋଗୀ ଲକ୍ଷ୍ମଣ ଦୀପଙ୍କୁ ନେଫ୍ରୋଲୋଜି ବିଭାଗର ପ୍ରଫେସର ଚିତ୍ତରଞ୍ଜନ କର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାତ୍ର ଡାକ୍ତର କର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।</p>
<p>ସୋହେଲା ଅଞ୍ଚଳରେ ଲକ୍ଷ୍ମଣ ରୋଗୀ ଏସ୍‌ସିବିର ନେଫ୍ରୋଲୋଜି ବିଭାଗରେ ତିନି ମାସ ତଳେ ଭର୍ତ୍ତି ହେଉଥିଲେ। ଡାକ୍ତର ଚିତ୍ତରଞ୍ଜନ କର ତାଙ୍କୁ ଚିକିତ୍ସା କରୁଥିଲେ। ତେବେ କିଛି ଦିନ ପରେ ସେ ଘରକୁ ଚାଲି ଯାଇଥିଲେ। ଆଜି ଲକ୍ଷ୍ମଣ ବଡ଼ ମେଡ଼ିକାଲର ଜେନେରାଲ ୱାର୍ଡ଼ର ଅନ୍ୟ ଜଣେ ଡାକ୍ତରଙ୍କୁ ଦେଖାଉଥିଲେ। ଏହି ସମୟରେ ଡାକ୍ତର କାର, ଲକ୍ଷ୍ମଣଙ୍କୁ ଡାକି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ଟିକେଟ୍ ଚିରି ଦେଇଥିବା ଅଭିଯୋଗ ହୋଇଛି। ପରେ ଲକ୍ଷ୍ମଣ ଏନେଇ ମେଡ଼ିକାଲ ଅଧୀକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।</p>
<p>ଡାକ୍ତର ଚିତ୍ତରଞ୍ଜନ କର କହିଛନ୍ତି-“ଲକ୍ଷ୍ମଣ ନଭେମ୍ୱର ୧୪ ତାରିଖରେ ନେଫ୍ରୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଦୁଇ ମାସର ଔଷଧ ଲେଖା ଯାଇଥିଲି। ଏପରିକି ଦୁଇ ମାସର ଔଷଧ ନେଇ ସେ ଘରକୁ ଯାଇଥିଲେ। ଜାନୁଆରୀ ୧୬ ତାରିଖରେ ଆସିବା ପାଇଁ ପରାମର୍ଶ ଦିଆଯାଇଥିଲା। ମାତ୍ର ସେ ଆଜି ଔଷଧ ଲେଖିବାକୁ କହିଥିଲେ। ଏହାକୁ ମୁଁ ବାରଣ କରିଥିଲି। ତାଙ୍କ ମାଡ଼ ମାରିନାହିଁ। ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା।”</p>