ବ୍ରହ୍ମପୁର(ଜଗନ୍ନାଥ ସାହୁ ): ସାମ୍ୱାଦିକଙ୍କ ବାଇକ୍ ଚକାରୁ ପମ୍ପ ଖୋଲିଦେଲେ ଡାକ୍ତର। ପରେ ଆସି କ୍ଷମା ମାଗିଲେ। ଆଜି ଏପରି କୌତୁଳପୂର୍ଣ୍ଣ ଘଟଣା ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଆଲୋଚନା ବିଷୟ ପାଲଟିଛି।
ଓଡ଼ିଶାର ଏକ ପ୍ରତିଷ୍ଠିତ ଖବରକାଗର ସାମ୍ବାଦିକ ଅଶେଷ ନାଥ ମିଶ୍ର ଆଜି ଜଣେ ଆହତଙ୍କୁ ସହାୟତା କରିବା ସହ ଖବର ସଂଗ୍ରହ କରିବାକୁ ଦିଗପହଣ୍ଡି ମେଡିକାଲ୍କୁ ଯାଇଥିଲେ। ମେଡିକାଲ୍ ଭିତରକୁ ଯିବା ପୂର୍ବରୁ ସେ ପାର୍କିଂ ସ୍ଥଳରେ ଗାଡ଼ି ପାର୍କିଂ କରିଥିଲେ। ତେବେ ବିନା କାରଣରେ ଦିଗପହଣ୍ଡି ମେଡିକାଲର ଜଣେ ଡାକ୍ତର ତାଙ୍କ ବାଇକ୍ ଟାୟାର ପମ୍ପଚର କରିଦେଇଥିଲେ।
ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ଅଶେଷ ପ୍ରତିବାଦ କରିଥିଲେ। ମାତ୍ର ଡାକ୍ତର ମହାଶୟ ଶୁଣିନଥିଲେ। ଡାକ୍ତରଙ୍କ ଏପରି କାର୍ଯ୍ୟ ବିରୋଧରେ ଅଶେଷ ମେଡିକାଲ ପରିସରରେ ଧାରଣାରେ ବସିଥିଲେ। ଲୋକଙ୍କ ଭିଡ଼ ଦେଖି ଡାକ୍ତର ଧାରଣାସ୍ଥଳକୁ ଆସି ତାଙ୍କୁ କ୍ଷମା ମାଗିଥିବା ଜଣାପଡ଼ିଛି। ମାତ୍ର କେଉଁ କାରଣରୁ ବାଇକ୍ ପମ୍ପ ଖୋଲିଥିଲେ, ତାହା ଜଣାପଡ଼ି ନାହିଁ। ଆଜି ଏଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଅଡ଼ୁଆରେ ମୋହନ ସରକାର, ଆଗରେ ୯ଟି ପ୍ରଶ୍ନ
ପୁଲିସ ଜରିଆରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଛି ବୋଲି ଦୀପାଳି ଗତ ୩ ଦିନ ତଳେ କହିଲେ, କିନ୍ତୁ ସେତେବେଳେ କିଏ ସେ ତୃତୀୟ ମହଲାର ଆଇପିଏସ୍ ଅଫିସର ଯିଏ ପୁଲିସକୁ ନିୟନ୍ତ୍ରଣରେ ରଖିଥିଲେ ଓ ତାଙ୍କ ଭୂମିକା ଏହି ହତ୍ୟାକାଣ୍ଡରେ କ’ଣ ଥିଲା କାହିଁକି ତାହା ଯାଂଚ କ୍ରାଇମବ୍ରାଂଚ କଲାନି କି ବର୍ତ୍ତମାନର ବିଜେପି ସରକାର କରୁନାହାନ୍ତି?
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।