ପ୍ରସବ କରାଇ ବଣ୍ଡା ମହିଳାଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଲେ ଡାକ୍ତର

ମାଲକାନଗିରି: ମାଲକାନାଗିରି ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ବଣ୍ଡା ମହିଳାଙ୍କଠାରୁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପାଇଁ ମହିଳାଙ୍କଠାରୁ ଡାକ୍ତର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ନେଇଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଡିଏମଓଙ୍କୁ ଅବଗତ କରାଯାଇଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଘଟଣାର ଡାକ୍ତର ନିର୍ମଳ ନାୟକଙ୍କୁ ଦାୟିତ୍ୱରୁ ହଟାଇଛନ୍ତି। ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇଛି। […]

malkangiri

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 04:30 PM IST

ମାଲକାନଗିରି: ମାଲକାନାଗିରି ଡାକ୍ତରଖାନାକୁ ପ୍ରସବ ପାଇଁ ଆସିଥିବା ଜଣେ ବଣ୍ଡା ମହିଳାଙ୍କଠାରୁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଅସ୍ତ୍ରୋପଚାର ପାଇଁ ମହିଳାଙ୍କଠାରୁ ଡାକ୍ତର ଜଣକ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ନେଇଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଡିଏମଓଙ୍କୁ ଅବଗତ କରାଯାଇଛି।

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଘଟଣାର ଡାକ୍ତର ନିର୍ମଳ ନାୟକଙ୍କୁ ଦାୟିତ୍ୱରୁ ହଟାଇଛନ୍ତି। ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇଛି।

ଅଭିଯୋଗ ଅନୁସାରେ ବଣ୍ଡାଘାଟି ଦନ୍ତେପଡା ଗାଁର ଗୁରୁ ଶିଶାଙ୍କ ପତ୍ନୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ଖଇରପୁଟ ଓ ପରେ ମାଲକାନାଗିରି ସଦର ମହକୁମା ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ମହିଳା ସେ ଦୁଇଟି ସନ୍ତାନ ଜନ୍ଣ ଦେଇଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତର ନିର୍ମଳ କୁମାର ନାୟକ ତାଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ପାଖରେ ଏତେ ଟଙ୍କା ନ ଥିବାରୁ ଶିଶା ୨ ହଜାର ଟଙ୍କା ଦେଇ ବାକି ଟଙ୍କା ପରେ ଦେବାକୁ କହିଥିଲେ ବୋଲି ଅଭିଯୋଗ ହୋଇଛି।

Related story