ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସ୍ତ୍ରୋପଚାର ପରେ ସାପ ଦେହରୁ ବାହାରିଲା ବନିଶୀ କଣ୍ଟା। ଭୁବନେଶ୍ୱର ଓୟୁଏଟିର ଏକ ଡାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସ୍ଥିତ ନଖିମପୁର ଅଞ୍ଚଳରେ ଜଣେ ବ୍ୟକ୍ତି ମାଛ ଧରିବା ପାଇଁ ପୋଖରୀରେ ବନିଶୀ କଣ୍ଟା ପକାଇଥିଲେ। ତେବେ ସାପଟି ବନିଶୀ କଣ୍ଟାଟିକୁ ଗିଳି ଦେଇଥିଲା। ପରେ ସାପଟିକୁ ଉଦ୍ଧାର କରାଯାଇ ଓୟୁଏଟିକୁ ଅଣାଯାଇଥିଲା।
ଓୟୁଏଟିରେ ଏକ୍ସ-ରେ କରିବା ପରେ କଣ୍ଟାଟି ସାପ ଦେହରେ ଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତରୀ ଟିମ୍ ସହାୟତାରେ ସାପ ଦେହରୁ କଣ୍ଟାଟିକୁ ବାହାର କରାଯାଇଥିଲା। ଏବେ ସାପଟିର ଚିକିତ୍ସା ଜାରି ରହିଛି।