ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ଦାବି କଲା ଡାକ୍ତର ସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସ୍ୱାସ୍ଥ୍ୟ ସେବା ନିୟୋଜିତ ଡାକ୍ତରମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବା ପାଇଁ ଦାବି କରିଛନ୍ତି। ଓଡ଼ିଶା ଡାକ୍ତରୀ ସେବା ସଂଘ(ଓମସା) ଆଜି ଏନେଇ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟରେ ଦାବିପତ୍ର ଦେଇଛି। ଓମସା ସଭାପତି ଡାକ୍ତର ନାରାୟଣ ରାଉତ ଓ ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ୍ ସାମଲ ଆଜି ଏହି ଦାବିପତ୍ର ଦେଇ କହିଛନ୍ତି […]

vaccine

vaccine

Ordigital Desk
  • Published: Friday, 14 May 2021
  • Updated: 14 May 2021, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସ୍ୱାସ୍ଥ୍ୟ ସେବା ନିୟୋଜିତ ଡାକ୍ତରମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରିବା ପାଇଁ ଦାବି କରିଛନ୍ତି। ଓଡ଼ିଶା ଡାକ୍ତରୀ ସେବା ସଂଘ(ଓମସା) ଆଜି ଏନେଇ ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବଙ୍କ ନିକଟରେ ଦାବିପତ୍ର ଦେଇଛି।

ଓମସା ସଭାପତି ଡାକ୍ତର ନାରାୟଣ ରାଉତ ଓ ସାଧାରଣ ସମ୍ପାଦକ ଡାକ୍ତର ବିଶ୍ୱଜିତ୍ ସାମଲ ଆଜି ଏହି ଦାବିପତ୍ର ଦେଇ କହିଛନ୍ତି ଯେ, ଦୀର୍ଘ ଦେଢ଼ବର୍ଷ ହେଲା ଡାକ୍ତର ଓ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ କରୋନା ମହାମାରୀ ସହ ଲଢ଼େଇ କରୁଛନ୍ତି। ସେମାନଙ୍କର ପରିବାର ସଦସ୍ୟମାନେ ମଧ୍ୟ କରୋନା ସହ ସମାନୁପାତରେ ଲଢ଼େଇ କରୁଛନ୍ତି। ଡାକ୍ତରମାନଙ୍କର ପରିବାର ସଦସ୍ୟମାନେ କରୋନାରେ ପ୍ରାଣ ହରାଉଥିଲେ ମଧ୍ୟ ସେମାନଙ୍କ ପରିବାର ସଦସ୍ୟଙ୍କୁ କୋଭିଡ୍ ଟିକାକରଣରେ ପ୍ରାଥମିକତା ଦିଆଯାଇନାହିଁ।

କୋଭିଡ୍ ଟିକାକରଣରେ କେତେକ ବର୍ଗର ପେଷାରେ ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରାଯାଇଥିବାବେଳେ ଆଗଧାଡ଼ିର କୋଭିଡ୍ ଯୋଦ୍ଧା ହୋଇଥିବା ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଓ ଡାକ୍ତରଙ୍କ ନିମନ୍ତେ ସେଭଳି ବ୍ୟବସ୍ଥା କରାନଯିବା ପରିତାପର ବିଷୟ। ତେଣୁ ତୁରନ୍ତ ଡାକ୍ତରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ପ୍ରବଧାନ ନିମନ୍ତେ ନିର୍ଦ୍ଦେଶ ଜାରି କରିବାକୁ ଓମାସ ଦାବି କରୁଛି।

ସେହିପରି ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘର କର୍ମକର୍ତ୍ତାମାନେ ମଧ୍ୟ ଅନୁରୂପ ଭାବେ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ପରିବାର ସଦସ୍ୟଙ୍କ ଟିକାକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story