ସର୍ବସ୍ୱାନ୍ତ କରୁଛି ଲୋନ୍‌ ଆପ୍‌; କିଏ ସର୍ବସ୍ୱ ହରାଉଛି, କିଏ ଜୀବନ ହାରୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି? ମାତ୍ର ଗୋଟିଏ କ୍ଲିକରେ ଦୂର ହୋଇଯିବ ଆପଣଙ୍କ ସମସ୍ୟା। ନିମିଷେକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ଏଥିପାଇଁ ଆମ ଆପ୍‌ ଡାଉନଲୋଡ଼ କରନ୍ତୁ। ଏପରି ମନଲୋଭା ବିଜ୍ଞାପନ ଦେଇ ନିଜ ବୁଢ଼ିଆଣି ଜାଲରେ ଯୁବବର୍ଗଙ୍କୁ ଛନ୍ଦି ଦେଉଛି ଅନଲାଇନ୍‌ ଲୋନ୍‌ ଆପ୍‌। ଯିଏ ଥରେ ଏହାର ମାୟା ଜାଲରେ ପଡ଼ୁଛି ତା’ ପାଇଁ ସେଥିରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏପରିକି କେଉଁଠି ଲୋନ୍‌ […]

online-loan

online-loan

Niharika Rout
  • Published: Friday, 05 August 2022
  • Updated: 05 August 2022, 11:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି? ମାତ୍ର ଗୋଟିଏ କ୍ଲିକରେ ଦୂର ହୋଇଯିବ ଆପଣଙ୍କ ସମସ୍ୟା। ନିମିଷେକ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ଏଥିପାଇଁ ଆମ ଆପ୍‌ ଡାଉନଲୋଡ଼ କରନ୍ତୁ। ଏପରି ମନଲୋଭା ବିଜ୍ଞାପନ ଦେଇ ନିଜ ବୁଢ଼ିଆଣି ଜାଲରେ ଯୁବବର୍ଗଙ୍କୁ ଛନ୍ଦି ଦେଉଛି ଅନଲାଇନ୍‌ ଲୋନ୍‌ ଆପ୍‌।

ଯିଏ ଥରେ ଏହାର ମାୟା ଜାଲରେ ପଡ଼ୁଛି ତା’ ପାଇଁ ସେଥିରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ଏପରିକି କେଉଁଠି ଲୋନ୍‌ ଶୁଝି ଶୁଝି ମଣିଷ ସର୍ବସ୍ୱ ହରାଉଛି ତ କେଉଁଠି ଶୁଝିବା ବାଟ ନ ପାଇ ନିଜ ଜୀବନ ହାରୁଛି। ଏପରିକି ଯେତିକି ଟଙ୍କା ମିଳୁଛି, ତାହାର ଦୁଇଗୁଣରୁ ଅଧିକ ଶୁଝିବାକୁ ଧମକ ମିଳୁଛି। ନହେଲେ ଏଡିଟ କରି ଲୋନ୍‌ ନେଇଥିବା ବ୍ୟକ୍ତିଙ୍କ ଫଟୋ, ଭିଡିଓ ଭାଇରାଲ କରିଦେବାର ଧମକ ମିଳୁଛି। ତେଣୁ ଏପରି ଅନଲାଇନ୍‌ ଆପ୍‌ ଡାଉନଲୋଡ କରି ଲୋନ୍‌ କରୁଥିଲେ ତା’ ଆଗରୁ ଟିକେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ଏପରି ବହୁ ଘଟଣା ଏବେ ସାମନାକୁ ଆସୁଥିବାରୁ ଏଥିରୁ ଦୂରେଇ ରହିବାକୁ ସାଇବର ଏକ୍ସପର୍ଟଙ୍କ ସମେତ ପୁଲିସ୍‌ ବି ପରାମର୍ଶ ଦେଉଛି।

ଏପରି ଅନଲାଇନ୍‌ ଲୋନ୍‌ର ମାୟା ଜାଲରେ ପଡ଼ିଥିବା ଜଣେ ଶିକ୍ଷିତ ଯୁବକ ହେଉଛନ୍ତି ଭୁବନେଶ୍ୱରର ଅଭିଷେକ ଭଟ୍ଟାଚାର୍ଯ୍ୟ। ଅନଲାଇନ୍‌ ଲୋନ୍‌ ସାଇଟ୍‌ ଚେକ୍‌ କରୁ କରୁ ହଠାତ୍‌ ଆକାଉଣ୍ଟକୁ ଆସିଗଲା ୨୭୫୦ ଟଙ୍କା। ପରେ ଫୋନ୍‌ ଆସିଲା ୫ ହଜାର ଲୋନ୍‌ ନେଇଛ, ଶୀଘ୍ର ଶୁଝ। ଅଭିଷେକ ମନା କରିବା ପରେ ଆରମ୍ଭ ହେଲା ବ୍ଲାକମେଲିଂ। ତାଙ୍କ ଫଟୋକୁ ବିକୃତ କରି ଅଶ୍ଳୀଳ ଫଟୋ ସହ ଯୋଡ଼ି ଭାଇରାଲ କରିବାର ମିଳିଲା ଧମକ। ଅଶ୍ଳୀଳ ଭାଷାରେ ଧମକ ଆସିଲା। କଣ୍ଟାକ୍ଟ ଲିଷ୍ଟରେ ନ୍ୟୁଡ ଫଟୋ, ଭିଡିଓ ଛାଡ଼ିବାର ଏବେ ଧମକ ମିଳୁଛି।

କେବଳ ଅଭିଷେକ ନୁହନ୍ତି, ବ୍ରହ୍ମପୁରର ଶୁଭମ ନାମକ ଯୁବକ ବି ଏପରି ଠକେଇର ଶିକାର ହୋଇଛନ୍ତି। ଅନଲାଇନ୍‌ ଆପ୍‌ରେ ସେ ୪ ହଜାର ଟଙ୍କା ଉଠାଇଥିଲେ। ଏହାପରେ ୭ ଦିନରେ ୯ ହଜାର ଶୁଝିବାକୁ ଫୋନ୍‌ ଆସିଲା। ଏହି ଟଙ୍କା ଶୁଝିବାକୁ ସେ ଅନ୍ୟ ଏକ ଅନଲାଇନ୍‌ ଆପ୍‌ରୁ ଲୋନ୍‌ ଆଣିଲେ। ଏପରି କରି ୪ ହଜାର ଶୁଝିବାକୁ ଆଜି ସେ ୫୦ ହଜାର ଟଙ୍କା ସାରିଲେଣି। ଏବେ ପୁରୁଣା ଆପ୍‌ରୁ ଫୋନ୍‌ ଆସୁଛି, ପୁଣି ଲୋନ୍‌ ନିଅ। ନଚେତ ତୁମ ଫଟୋକୁ ଭାଇରାଲ କରି ବଦନାମ କରିଦେବୁ। ଏପରିକି ଶୁଭମଙ୍କ ଫଟୋ ଏଡିଟ କରି ଅଶ୍ଳୀଳ ଫଟୋ ସହ ମିଛୁଆ, ଠକ, ଦୁଷ୍କର୍ମକାରୀ ବୋଲି ଲେଖି କଣ୍ଟାକ୍ଟ ଲିଷ୍ଟରେ ସମସ୍ତଙ୍କ ପାଖକୁ ପଠାଉଥିବା କହିଛନ୍ତି ଶୁଭମ।

ଏପରି ଘଟଣା ଲଗାତର ଭାବେ ସାମନାକୁ ଆସିବା ପରେ ସାଇବର ଥାନା ପକ୍ଷରୁ ୧୩୭ଟି ବେଆଇନ୍‌ ଅନଲାଇନ୍‌ ଲୋନ୍‌ ଆପ୍‌ର ତାଲିକା ଜାରି କରାଯାଇଛି। ଏହି ସବୁ ଆପ୍‌ ରିଜର୍ଭ ବ୍ୟାଙ୍କର ସ୍କାନରରେ ରହିଛି। ତେଣୁ ଏମାନଙ୍କଠାରୁ ସତର୍କ ରହିବାକୁ କୁହାଯାଇଛି।

ଗତ ଜୁନ୍‌ ୭ରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗୁଗୁଲକୁ ଏକ ଚିଠି ଲେଖି ୪୫ଟି ଲୋନ୍‌ ଆପ୍‌କୁ ତୁରନ୍ତ ପ୍ଲେ ଷ୍ଟୋରରୁ ହଟାଇବାକୁ  କହିଥିଲା। ନିର୍ଦ୍ଦିଷ୍ଟ  ଆପ୍‌ଗୁଡ଼ିକ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍‌ ଉଲ୍ଲଘଂନ କରିଛନ୍ତି।

ଅନଲାଇନ୍‌ରେ ମାଳ ମାଳ ଲୋନ ଆପ୍‌ରେ ଠକେଇ ସାମନାକୁ ଆସିବା ପରେ ଜୁନ୍‌ ୨୦୨୦ରେ ଗାଇଡଲାଇନ୍‌ ଜାରି କରିଥିଲା ରିଜର୍ଭ ବ୍ୟାଙ୍କ। ସବୁ ଲୋନ୍‌ ଆପ୍‌ RBI ଓ NBFCରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ବୋଲି କହିଥିଲା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ନଚେତ ଏପରି ଆପ୍‌ଠୁ ଦୂରେଇ ରହିବାକୁ ଜାରି କରିଥିଲା ଗାଇଡଲାଇନ୍‌।

ଏନେଇ ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ନିଜ ମୋବାଇଲରେ କୌଣସି ବି ଲୋନ୍‌ ଆପ ଡାଉନଲୋଡ଼ କରନ୍ତୁ ନାହିଁ। ଏହାବାଦ ଯଦି କିଛି ଟଙ୍କା ଲୋନ୍‌ ନେଇଛନ୍ତି, ସେତିକି ଫେରାନ୍ତୁ, ଅଧିକ ଶୁଝନ୍ତୁ ନାହିଁ। ନ ଫେରାଇଲେ ବି ସେମାନେ କିଛି କରିପାରିବେ ନାହିଁ। ବେଶି ମାନସିକ ନିର୍ଯାତନା ଦେଲେ ୧୯୩୦ରେ ଫୋନ୍‌ କରି ଜଣାନ୍ତୁ।

https://youtu.be/-5utTvUQjGc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story