ଥାନା ଆସନ୍ତୁନି, ଟେଲିଫୋନ୍‌ରେ ଅଭିଯୋଗ ଜଣାନ୍ତୁ: ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଥାନାକୁ ଆସନ୍ତୁନାହିଁ। କୌଣସି ଆପତ୍ତି ଥିଲେ ଟେଲିଫୋନ ରେ ଥାନା କିମ୍ବା ଏସ୍‌ପି ଅଫିସକୁ ଜଣାନ୍ତୁ। ଟେଲିଫୋନ କଲେ ପୁଲିସ ଆପଣଙ୍କ ସମସ୍ୟା ସମାଧାନ କରିବ। ଆଜି ଏପରି ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ଅଭୟ। ସେ କହିଛନ୍ତି-“ଓଡ଼ିଶାର ଲୋକମାନେ କରୋନା କଟକଣାକୁ ମାନୁଛନ୍ତି। ମାତ୍ର ଅଳ୍ପ କିଛି ଲୋକ ଅଛନ୍ତି, ଯେଉଁମାନେ କଟକଣା ମାନୁନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପ୍ରିଲ ୧ […]

dgp

dgp

Manoranjan Sial
  • Published: Thursday, 06 May 2021
  • Updated: 06 May 2021, 06:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଥାନାକୁ ଆସନ୍ତୁନାହିଁ। କୌଣସି ଆପତ୍ତି ଥିଲେ ଟେଲିଫୋନ ରେ ଥାନା କିମ୍ବା ଏସ୍‌ପି ଅଫିସକୁ ଜଣାନ୍ତୁ। ଟେଲିଫୋନ କଲେ ପୁଲିସ ଆପଣଙ୍କ ସମସ୍ୟା ସମାଧାନ କରିବ। ଆଜି ଏପରି ପରାମର୍ଶ ଦେଇଛନ୍ତି ପୁଲିସ ଡିଜି ଅଭୟ।

ସେ କହିଛନ୍ତି-“ଓଡ଼ିଶାର ଲୋକମାନେ କରୋନା କଟକଣାକୁ ମାନୁଛନ୍ତି। ମାତ୍ର ଅଳ୍ପ କିଛି ଲୋକ ଅଛନ୍ତି, ଯେଉଁମାନେ କଟକଣା ମାନୁନାହାନ୍ତି। ଯେଉଁଥିପାଇଁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପ୍ରିଲ ୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ ମୋଟ୍‌ ୧୫ କୋଟି ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନକାରୀଙ୍କଠାରୁ ୬ କୋଟି ୩୪ ଲକ୍ଷ ଟଙ୍କା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୮ କୋଟି ୨୯ ଲକ୍ଷ ଟଙ୍କା ଫାଇନ୍‌ ଆଦାୟ କରାଯାଇଛି। ଆଜି ପର୍ଯ୍ୟନ୍ତ ୫୫୩ ଜଣଙ୍କୁ ଗିରଫ କରାଯାଇଛି। ୨୧୪୦୬ଟି ଗାଡ଼ି ଜବତ କରାଯାଇଛି। ୧୬୩୨ ଅବକାରୀ ମାମଲା ରୁଜୁ କରାଯାଇଛି।”

ସେ ଆହୁରି କହିଛନ୍ତି-“ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁନି। ଘରୁ ବାହାରିଲା ବେଳେ ମାସ୍କ ପିନ୍ଧନ୍ତୁ। କୌଣସି ସ୍ଥାନରେ ଗହଳି କରନ୍ତୁ ନାହିଁ। ସାମାଜିକ ଦୂରତା ବଜାୟ ରଖନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos