ବଣାଇ (ରଞ୍ଜିତ ଚୌଧୁରୀ): ନିଶା ପାଇଁ ରକ୍ତର ସମ୍ପର୍କକୁ ହତ୍ୟା କରିବାକୁ ପଛାଇ ନାହିଁ ପିଶାଚ ରୂପୀ ମଣିଷ। ମଦ ପିଇବାକୁ ବାରଣ କରିବାରୁ ଭଉଣୀ ଓ ପିଉସୀଙ୍କୁ ପିଟି ପିଟି ମାରିଦେଲା। ଏପରି ଅଭାବନୀୟ ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଶୁଗୁଆ ଗାଁରେ।
ଆଜି ଅପରାହ୍ନରେ ଶୁଗୁଆ ଗାଁର ରାଜେଶ ସେଠୀ ମଦ ନିଶାରେ ଟଳମଳ ହୋଇ ଘରକୁ ଆସିଥିଲେ। ଭାଇର ଏପରି ଅବସ୍ଥା ଦେଖି ଭଉଣୀ ଜାନକୀ ବିରକ୍ତ ହୋଇଥିଲେ। ମଦ ନପିଇବାକୁ ବହୁ ବୁଝାଇଥିଲେ।
ଏହାକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କୁ ପିଉସୀ ଝପ ସେଠୀ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ନିଶାରେ ଚୁର ଥିବା ରାଜେଶ ଏକ ବେଲ୍ଚାରେ ଜାନକୀକୁ ମାଡ଼ ମାରିଥିଲା। ପରେ ପିଉସୀ ଝପଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
ରାଜେଶର ମରଣାନ୍ତକ ଆକ୍ରମଣରେ ଉଭୟଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।
Miscellaneous
କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ
ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରିଛନ୍ତି ହାଇକୋର୍ଟ। କୋର୍ଟ ଉଦବେଗ ପ୍ରକାଶ କରି କହିଛନ୍ତି, ସନ୍ଧ୍ୟା ୫ ଟା ହେଲେ ସହରବାସୀ କବାଟ ଓ ଝରକା ବନ୍ଦ କରି ଦେଉଛନ୍ତି।
Entertainment
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।