ଏହି ଘରେ ରହୁଥିଲେ ଅନୁପ-କଳ୍ପନା ! ଏସ୍‌ବିଆଇ ଆକାଉଣ୍ଟ ଯାଞ୍ଚ କଲା ପୁଲିସ

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ରାୟଗଡ଼ ପୁଲିସର ଜୋରଦାର ଛାନଭିନ୍। ଖୋଳତାଡ଼ ପାଇଁ ପୁଲିସର ଏକାଧିକ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଅଭିଯୁକ୍ତ ଅନୁପ ସାଏ ଓ ମୃତା ମହିଳାଙ୍କ ଟ୍ରାଭେଲ୍ ରେକର୍ଡ ଯାଞ୍ଚ୍ କରାଯାଇଛି। ତା’ସହ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଫ୍ଲାଟ୍‌ରେ ପହଞ୍ଚିଛି ପୁଲିସ। ଏପଟେ ଅଭିଯୁକ୍ତଙ୍କଠୁ ଅଧିକ ତଥ୍ୟ ପ୍ରମାଣ ଆଦାୟ କରିବାକୁ ପୁଲିସ  ଅନୁପ ଓ ତାଙ୍କ […]

8b01

Tapas Behera
  • Published: Tuesday, 18 February 2020
  • , Updated: 18 February 2020, 08:02 PM IST

ଭୁବନେଶ୍ୱର/ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ହମିରପୁର ଡବଲ୍ ମର୍ଡର ମାମଲାରେ ରାୟଗଡ଼ ପୁଲିସର ଜୋରଦାର ଛାନଭିନ୍। ଖୋଳତାଡ଼ ପାଇଁ ପୁଲିସର ଏକାଧିକ ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ସକ୍ରିୟ ଥିବା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଆଜି ଅଭିଯୁକ୍ତ ଅନୁପ ସାଏ ଓ ମୃତା ମହିଳାଙ୍କ ଟ୍ରାଭେଲ୍ ରେକର୍ଡ ଯାଞ୍ଚ୍ କରାଯାଇଛି। ତା’ସହ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଫ୍ଲାଟ୍‌ରେ ପହଞ୍ଚିଛି ପୁଲିସ। ଏପଟେ ଅଭିଯୁକ୍ତଙ୍କଠୁ ଅଧିକ ତଥ୍ୟ ପ୍ରମାଣ ଆଦାୟ କରିବାକୁ ପୁଲିସ  ଅନୁପ ଓ ତାଙ୍କ ଡ୍ରାଇଭରକୁ ୭ ଦିନିଆ ରିମାଣ୍ଡ ଓ ନାର୍କୋ ଏବଂ ଡିଏନ୍ଏ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି।

ହାଇପ୍ରୋଫାଇଲ ହମିରପୁର ଡବଲ ମର୍ଡର ମାମଲାରେ ଅଭିଯୁକ୍ତ ଅନୁପ ଓ ମୃତ କଳ୍ପନାଙ୍କ ମଧ୍ୟରେ ସମ୍ପର୍କ କେତେ ପୁରୁଣା ? ୨୦୧୬ ହତ୍ୟାକାଣ୍ଡ ପୂର୍ବରୁ କେତେଥର ରାଜ୍ୟ ବାହାରକୁ ଯାଇଥିଲେ ଅନୁପ ଓ କଳ୍ପନା? ଭୁବନେଶ୍ୱର ସୁନ୍ଦରପଦା ଆପାର୍ଟମେଣ୍ଟରେ କିଭଳି ଆଉ କେତେଦିନ ଧରି ରହିଥିଲେ ଏମାନେ? ଛତିଶଗଡ଼ ରାୟଗଡରେ ମାଆ-ଝିଅଙ୍କୁ ବିଭତ୍ସ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଠୋସ୍ ପ୍ରମାଣ ସଂଗ୍ରହ ଲାଗି ଆଜି ଭୁବନେଶ୍ୱରରେ ଏସବୁ ଦିଗକୁ ନେଇ ଛାନଭିନ୍ କରିଛି ଛତିଶଗଡ଼ ପୁଲିସ । ରାୟଗଡ଼ରୁ ଆସିଥିବା ପୁଲିସ ଟିମ୍‌ର ଗୋଟିଏ ୟୁନିଟ୍ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଭେଟି ଅନୁପଙ୍କ ଟ୍ରାଭେଲ ରେକର୍ଡ ଯାଞ୍ଚ୍ କରିଛି । ସେହିଭଳି ୪ ବର୍ଷ ପୂର୍ବେ ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦାସ୍ଥିତ ଫ୍ଲାଟ୍‌କୁ  ଯାଇ ବି ଟିକିନିଖି ତଥ୍ୟ ସଂଗ୍ରହ କରିଛି ଆଉ ଏକ ଟିମ୍।

ଏପଟେ ଅଭିଯୁକ୍ତ ଅନୁପ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଠାରୁ ଅଧିକ ସତ ଓଗାଳିବାକୁ ଦୁହିଁଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ରାୟଗଡ଼ ପୁଲିସ।  ଦୁହିଙ୍କୁ ଆଜି ସିଜେଏମ୍ କୋର୍ଟରେ ହାଜର କରାଯାଇଥିଲେ ବି ଶୁଣାଣି ହୋଇପାରି ନାହିଁ। ଆସନ୍ତାକାଲି ଏହା ଉପରେ ଶୁଣାଣି ହେବ। ମାମଲାର ଗମ୍ଭୀରତା ଦୃଷ୍ଟିରୁ ଅନୁପଙ୍କ ନାର୍କୋ ଓ ଡିଏନଏ ଟେଷ୍ଟ କରିବା ଲାଗି କୋର୍ଟରେ ପୁଲିସ ଆଉ ଏକ ଆବେଦନ ବି କରିଛି । ଏଣେ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ଚିହ୍ନଟ କରିସାରିବା ପରେ ଏହାକୁ ଆଜି ଜବତ ଲାଗି ପୁଲିସ ଟିମ୍ ଗସ୍ତ କରିଛି । ଏହାପୂର୍ବରୁ ଗତକାଲି ରାୟଗଡ଼ ପୁଲିସର ଗୋଟିଏ ଟିମ୍ ଲମଟିବାହାଲ SBI ବ୍ୟାଙ୍କ୍‌ ଯାଇ ଅନୁପଙ୍କ ଆକାଉଣ୍ଟ ଯାଞ୍ଚ୍ କରିଥିଲା ।

ଅନୁପଙ୍କ ମାଲିକାନାରେ ଥିବା ବୋଲେରୋ ଏବଂ ଇନୋଭା ଗାଡ଼ିକୁ ଚକ୍ରଧରନଗର ଥାନାକୁ ନେବାକୁ ଅନୁପଙ୍କ ପରିବାର ଲୋକଙ୍କୁ ନୋଟିସ୍ ଦେଇଥିଲା ପୁଲିସ । ସେହିଭଳି ମୃତ କଳ୍ପନାଙ୍କ ପୈତୃକ ଗାଁ ବଘରା ଚକାରେ ତନାଘନା ସହ ତାଙ୍କ ସମ୍ପର୍କୀୟଙ୍କୁ ନୋଟିସ୍ ବି ଜାରି କରିଥିଲା । ଏ ଡବଲ ମର୍ଡର ଲିଙ୍କରେ ପୁଲିସ ଆଉ କିଛି ଲୋକଙ୍କୁ ବାନ୍ଧିବା ନେଇ ଅନୁମାନ କରାଯାଉଛି।

Related story