ପାରାଦୀପରେ ଡବଲ୍‌ ମର୍ଡର

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ଆଜି ଦୁଇଟି କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଉଭୟ ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ବୁଲାବୁଲି କରୁଥିଲେ। ଉଭୟ ମାନସିକ ବିକୃତ ଥିଲେ ବୋଲି ଲୋକେ କହିଛନ୍ତି। ଗତକାଲି ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେମାନେ ସେଠାରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ତେବେ ଆଜି ସକାଳେ ମେରାଇନ୍ ଥାନା ଠାରୁ ମାତ୍ର ୨୦୦ ମିଟର […]

murdered

murdered

Jitendra Garnayak
  • Published: Sunday, 30 June 2019
  • Updated: 30 June 2019, 12:37 PM IST

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ଆଜି ଦୁଇଟି କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ଉଭୟ ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ବୁଲାବୁଲି କରୁଥିଲେ। ଉଭୟ ମାନସିକ ବିକୃତ ଥିଲେ ବୋଲି ଲୋକେ କହିଛନ୍ତି।

ଗତକାଲି ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେମାନେ ସେଠାରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ। ତେବେ ଆଜି ସକାଳେ ମେରାଇନ୍ ଥାନା ଠାରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କ ମୃତଦେହ ପଡ଼ିଥିଲା। ମୃତଦେହ ଦୁଇଟି ଗୋଟିଏ ସ୍ଥାନରେ ପଡ଼ି ନଥିଲା। ମୃତଦେହ ଦୁଇଟି ମଧ୍ୟରେ ପ୍ରାୟ ୨୦୦ ମିଟରର ଦୂରତା ଥିଲା। ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା କୁହାଯାଉଛି।

ବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। କିଏ ଏବଂ କାହିଁକି ଉଭୟଙ୍କୁ ହତ୍ୟା କଲା, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos