ମା’ ଓ ଗର୍ଭବତୀ ଝିଅଙ୍କୁ ହତ୍ୟା ଅଭିଯୋଗକୁ ନେଇ ହଙ୍ଗାମା, ୩ ଦିନ ପରେ ଜଳିଲା ଜୁଇ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ମା’ସହ ଅନ୍ତସତ୍ତ୍ୱା ଝିଅକୁ ହତ୍ୟା ଅଭିଯୋଗ ନେଇ ତୁମୁଳକାଣ୍ଡ। ହତ୍ୟାକାରୀ ଗିରଫ ନହେବା ଯାଏଁ ଶବ ଛାଡ଼ିବେ ନାହିଁ ବୋଲି ଗାଁ ଲୋକେ ଜିଦ୍ ଧରିବାରୁ ୩ ଦିନ ଯାଏଁ ଗାଁ ଦାଣ୍ଡରେ ପଡ଼ି ରହିଥିଲା ଦୁଇ ଦୁଇଟି ମୃତଦେହ । ଏପରିକି ଲୋକଙ୍କୁ ବୁଝାସୁଝା ପାଇଁ ଆସିଥିବା ଥାନା ଅଧିକାରୀ ଓ ସରକାରୀ ବାବୁଙ୍କୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ଶେଷରେ ଅଭିଯୁକ୍ତକୁ ପୋଲିସ୍ ଅଟକ […]

9890

9890

Tapas Behera
  • Published: Wednesday, 23 September 2020
  • Updated: 23 September 2020, 08:14 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ମା’ସହ ଅନ୍ତସତ୍ତ୍ୱା ଝିଅକୁ ହତ୍ୟା ଅଭିଯୋଗ ନେଇ ତୁମୁଳକାଣ୍ଡ। ହତ୍ୟାକାରୀ ଗିରଫ ନହେବା ଯାଏଁ ଶବ ଛାଡ଼ିବେ ନାହିଁ ବୋଲି ଗାଁ ଲୋକେ ଜିଦ୍ ଧରିବାରୁ ୩ ଦିନ ଯାଏଁ ଗାଁ ଦାଣ୍ଡରେ ପଡ଼ି ରହିଥିଲା ଦୁଇ ଦୁଇଟି ମୃତଦେହ । ଏପରିକି ଲୋକଙ୍କୁ ବୁଝାସୁଝା ପାଇଁ ଆସିଥିବା ଥାନା ଅଧିକାରୀ ଓ ସରକାରୀ ବାବୁଙ୍କୁ ଅଟକ ରଖିଥିଲେ ସ୍ଥାନୀୟ ଲୋକେ । ଶେଷରେ ଅଭିଯୁକ୍ତକୁ ପୋଲିସ୍ ଅଟକ ରଖିବା ପରେ ଉଠିଥିଲା ଶବ। ଆଉ କରାଯାଇଥିଲା ଅନ୍ତିମ ସତ୍କାର।

ଲୋକଙ୍କ ଅଭିଯୋଗ, ମା-ଝିଅଙ୍କୁ ହତ୍ୟା କରାଯାଇଛିା ଯେପର୍ଯ୍ୟନ୍ତ ହତ୍ୟାକାରୀ ଗିରଫ ହୋଇନାହାଁନ୍ତି, ସେ ପର୍ଯ୍ୟନ୍ତ ଶବ ସତ୍କାର କରାଇ ଦିଆଯିବନି । ଦିନେ ଅଧେ ନୁହେଁ, ଗତ ୨୧ ତାରିଖଠାରୁ ମୃତଦେହକୁ ଧରି ବିକ୍ଷୋଭ କରିଥିଲେ ଲୋକେ। ଏସ୍ପି ନୀତିଶେଖର ବି ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ପୋଲିସର ଦାୟିତ୍ୱପଣିଆ ଉପରେ ବର୍ଷିବା ସହ ଜିଦ୍‌ରେ ଅଟଳ ଥିଲେ ପରିବାର ଓ ଉତ୍ତ୍ୟକ୍ତ ଲୋକେ । ଏପରିକି ବୁଝାସୁଝା କରିବାକୁ ଆସିଥିବା ରାଜନଗର ଥାନା ଆଇଆଇସି, ବିଡ଼ିଓ ଏବଂ ତହସିଲଦାରଙ୍କୁ ଘର ଭିତରେ ଅଟକ ରଖିଥିଲେ ।

ସେପ୍ଟେମ୍ବର ୨୦ । ରାତି ପ୍ରାୟ ୧୦ଟାବେଳେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରେ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ। ତାପୂର୍ବରୁ ମାର ନିଖୋଜ ନେଇ ଏତଲା ଦେଇଥିଲେ ସଂପୃକ୍ତ ମହିଳାଙ୍କ ଝିଅ।  କିନ୍ତୁ ରାତି ପାହିବା ପରେ ମାଣପଡ଼ାର ସଞ୍ଜୟ ବେହେରା ନାମକ ଜଣେ ସମ୍ପର୍କୀୟ ମାମୁଙ୍କ ବାଡ଼ି ପୋଖରୀରୁ ମିଳିଥିଲା ୮ ମାସର ଅନ୍ତସତ୍ତ୍ୱା ଏହି ଝିଅର ମୃତଦେହ। ଲୋକଙ୍କ ଅଭିଯୋଗ, ବିବାହିତ ସଞ୍ଜୟ ବେହେରା ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ କୁଆଡ଼େ ଥିଲା ଅନୈତିକ ସମ୍ପର୍କ । ସଞ୍ଜୟ ଓ ତାଙ୍କ ପରିବାର ଲୋକେ ମା-ଝିଅଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ତେବେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନକରିବାରୁ ଗତ ୨୧ ତାରିଖରୁ ଆଜି ମଧ୍ୟାହ୍ନ ଯାଏଁ ଏଭଳି ହଙ୍ଗାମା ଜାରି ରଖିଥିଲେ ଲୋକେ । ଶେଷରେ ସଞ୍ଜୟଙ୍କୁ ଅଟକ ରଖିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଆର୍ଥିକ ସହାୟତାର ପ୍ରତିଶ୍ରୁତି ପରେ ଆଜି ଅପରାହ୍ନରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି ।

ଘଟଣା ପଛର ସତ ଯାହା ହେଉନା କାହିଁକି, ତାହା ତ ତଦନ୍ତ ପରେ ସ୍ପଷ୍ଟ ହେବ । କିନ୍ତୁ ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସ ପ୍ରଶାସନର ନିଷ୍କ୍ରିୟତା ଓ ୩ଦିନ ଧରି ମାଝିଅଙ୍କ ଶବ ଗାଁ ଦାଣ୍ଡରେ ପଡ଼ିରହିବା ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story