ଲୁଟ୍ ପାଇଁ ଦୁଇଜଣଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

ଯାଜପୁର(ଓଡ଼ିଶା ରିପୋର୍ଟର):  ଯାଜପୁର ଜିଲ୍ଲା ବିଞ୍ଝାରପୁର ପ୍ରୀତିପୁର ବଜାର ନିକଟରେ ଡବଲ ମର୍ଡର। ସୁନା ଦୋକାନୀ ଖଗେଶ୍ୱର ରଣା ଓ ତାଙ୍କ କର୍ମଚାରୀ ଚୈତନ୍ୟ ସାହୁଙ୍କୁ ଗଳା କାଟି ହତ୍ୟା କରାଯାଇଛି। ସେମାନଙ୍କ ଘର କଲ୍ୟାଣପୁର।

ଗତ ରାତି ପ୍ରାୟ ସାଢ଼େ ୮ଟାରେ ସେମାନେ ବଜାରରୁ ଏକ ବାଇକରେ ଘରକୁ ଫେରୁଥିବା ବେଳେ କପିଳାଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।  ସୁନା ଗହଣା ଓ ଟଙ୍କା ଲୁଟ୍ ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।