ବଡ଼ଘର ବଡ଼ ଗୁମର କଥା: ଯୌତୁକ ନିର୍ଯାତନା ମାମଲାରେ ଆଇପିଏସ୍‌ ବାବୁ

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଜଗତସିଂପୁର ଏସ୍‌ପି ଜୟନାରାୟଣ ପଙ୍କଜଙ୍କୁ ସମନ। ଗତ ୮ ତାରିଖରେ ଗାଜିଆବାଦ କୋର୍ଟ ଏହି ସମନ ଜାରି କରିଛନ୍ତି। ଅଗଷ୍ଟ ୫ ତାରିଖ ଭିତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ରହିଛି। ଏହି ମାମଲାରେ ପଙ୍କଜଙ୍କ ପତ୍ନୀ ପ୍ରଥମ ଥର ପାଇଁ ଓଟିଭି କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି। ଅନ୍ୟପକ୍ଷରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବି ବୋଲି ପଙ୍କଜ ଓଟିଭିକୁ କହିଛନ୍ତି। ଆଇପିଏସ୍‌ ଅଧିକାରୀ ଜୟନାରାୟଣ […]

C_eEI1GVYAAuJTx

Rakesh Mallick
  • Published: Wednesday, 10 May 2017
  • , Updated: 10 May 2017, 08:20 PM IST

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଜଗତସିଂପୁର ଏସ୍‌ପି ଜୟନାରାୟଣ ପଙ୍କଜଙ୍କୁ ସମନ। ଗତ ୮ ତାରିଖରେ ଗାଜିଆବାଦ କୋର୍ଟ ଏହି ସମନ ଜାରି କରିଛନ୍ତି। ଅଗଷ୍ଟ ୫ ତାରିଖ ଭିତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ରହିଛି। ଏହି ମାମଲାରେ ପଙ୍କଜଙ୍କ ପତ୍ନୀ ପ୍ରଥମ ଥର ପାଇଁ ଓଟିଭି କ୍ୟାମେରା ଆଗରେ ମୁହଁ ଖୋଲିଛନ୍ତି। ଅନ୍ୟପକ୍ଷରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବି ବୋଲି ପଙ୍କଜ ଓଟିଭିକୁ କହିଛନ୍ତି।

ଆଇପିଏସ୍‌ ଅଧିକାରୀ ଜୟନାରାୟଣ ପଙ୍କଜ ଓ ପତ୍ନୀ ମୀନଲ ଅଗ୍ରଓ୍ୱାଲଙ୍କ ପାରିବାରିକ ଲଢ଼େଇ ଏବେ କୋର୍ଟରେ। ପଙ୍କଜଙ୍କ ବିରୋଧରେ ପତ୍ନୀ ମୀନଲ କରିଥିବା ଅଭିଯୋଗକୁ ଗ୍ରହଣ କରିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦ କୋର୍ଟ। ଦଫା ୪୯୮-ଏ, ୩୨୩ ଓ ୪ ଯୌତୁକ ନିରୋଧ ଆଇନ ବଳରେ ପଙ୍କଜଙ୍କୁ ସମନ ଜାରି କରିଛନ୍ତି କୋର୍ଟ। ଗତ ୮ ତାରିଖରେ ଗାଜିଆବାଦର ଏସିଜେଏମ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ମୀନଲ ପ୍ରାୟ ୩ ବର୍ଷ ହେଲା ସ୍ୱାମୀ ପଙ୍କଜଙ୍କଠାରୁ ଅଲଗା ରହୁଛନ୍ତି। କୋର୍ଟ ଯେତେବେଳେ ଜଣେ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମାମଲା ଗ୍ରହଣ କରି ସମନ ଜାରି କରିଛନ୍ତି, ତେବେ ପୋଲିସ ଡିଜି ଓ ଗୃହମନ୍ତ୍ରୀ କାହିଁକି ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ମୀନଲ ପ୍ରଶ୍ନ କରିଛନ୍ତି।

ପଙ୍କଜ କହିଛନ୍ତି,“ଗାଜିଆବାଦ କୋର୍ଟ ଜାରି କରିଥିବା ସମନ ନେଇ ମୁଁ ନିଜ ପକ୍ଷ ରଖିବି। ପତ୍ନୀଙ୍କଠାରୁ ଛାଡ଼ପତ୍ର ଏବଂ ଏକମାତ୍ର ପୁଅକୁ ନିଜ ପାଖକୁ ଆଣିବା ପାଇଁ ମୁଁ ପୂର୍ବରୁ ଅଦାଲତରେ ଆଶ୍ରୟ ନେଇଛି।”

୨୦୦୭ରେ ପଙ୍କଜ ଓ ମୀନଲଙ୍କ ବିବାହ ହୋଇଥିଲା। ବିବାହର କିଛିବର୍ଷ ପରେ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ଯୌତୁକ ନିର୍ଯାତନା ସହ ସ୍ୱାମୀ ତାଙ୍କୁ ମାରପିଟ୍ କରୁଥିବା ନେଇ ମୀନଲ ୨୦୦୯ରେ ନୟାଗଡ଼ ଥାନାରେ ଅଭିଯୋଗ କରିଥିଲେ। ମୀନଲ୍ ଏବେ ବ୍ଳଡ୍ କ୍ୟାନ୍ସରରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

Related story