ଡିପିସି ସିଲେକସନ ଲିଷ୍ଟ ପ୍ରକାଶ ଦାବିରେ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

ଭୁବନେଶ୍ୱର: ଡିପିସି ସିଲେକସନ ଲିଷ୍ଟ ତୁରନ୍ତ ପ୍ରକାଶ କରିବା ଦାବିରେ ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ବୁଧବାର ପ୍ରାୟ ଏକଘଣ୍ଟା ଧରି ସଂଘ ସଦସ୍ୟମାନେ ଧାରଣାରେ ବସିଥିଲେ । ଡେସ୍କ ଅଫିସରରୁ ଅଣ୍ଡରସେକ୍ରେଟାରୀ ପଦବୀର ପଦୋନ୍ନତି ପାଇଁ ଡିପାର୍ଟମେଣ୍ଟ ପ୍ରମୋସନାଲ କମିଟି ବସିଥିଲା। ଫ।ଇନାନସ୍ ସେକ୍ରଟାରୀ, ହୋମ୍ ସେକ୍ରଟାରୀ, ଜିଏ ଡିପାର୍ଟମେଣ୍ଟର ସ୍ପେଶାଲ ସେକ୍ରଟାରୀ ପ୍ରମୁଖ ଏହି ଡିପିସିକୁ ଫ।ଇନାଲ କରିଥିଲେ । ଆଇନ୍ ବିଭାଗ ଓ […]

dcp

dcp

Rakesh Mallick
  • Published: Thursday, 11 June 2015
  • Updated: 11 June 2015, 02:32 AM IST

Sports

Latest News

ଭୁବନେଶ୍ୱର: ଡିପିସି ସିଲେକସନ ଲିଷ୍ଟ ତୁରନ୍ତ ପ୍ରକାଶ କରିବା ଦାବିରେ ସଚିବାଳୟ ସେବା ସଂଘ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ବୁଧବାର ପ୍ରାୟ ଏକଘଣ୍ଟା ଧରି ସଂଘ ସଦସ୍ୟମାନେ ଧାରଣାରେ ବସିଥିଲେ । ଡେସ୍କ ଅଫିସରରୁ ଅଣ୍ଡରସେକ୍ରେଟାରୀ ପଦବୀର ପଦୋନ୍ନତି ପାଇଁ ଡିପାର୍ଟମେଣ୍ଟ ପ୍ରମୋସନାଲ କମିଟି ବସିଥିଲା। ଫ।ଇନାନସ୍ ସେକ୍ରଟାରୀ, ହୋମ୍ ସେକ୍ରଟାରୀ, ଜିଏ ଡିପାର୍ଟମେଣ୍ଟର ସ୍ପେଶାଲ ସେକ୍ରଟାରୀ ପ୍ରମୁଖ ଏହି ଡିପିସିକୁ ଫ।ଇନାଲ କରିଥିଲେ । ଆଇନ୍ ବିଭାଗ ଓ ଜିଏ ଡିପାର୍ଟମେଣ୍ଟ ଏହାକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ମୁଖ୍ୟଶାସନ ସଚିବ ମଧ୍ୟ ଅନୁମୋଦନ କରିଥିଲେ । ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇବା ପରେ ନାଁ ଘୋଷଣା ହେବାର ଥିଲା । ହେଲେ ତାହା ନ ହେବାରୁ ସଂଘ ଧାରଣା ଦେଇଥିଲା । ଦୁଇଦିନ ମଧ୍ୟରେ ଏହି ତାଲିକା ପ୍ରଦାନ କରାଯିବ ବୋଲି ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos