ନବୀନ ‘ବାରିପଦାକୁ ବାଡ଼ିପଡ଼ା’ ଓ ଚଣ୍ଡିଖୋଲକୁ ଚଡ଼ିଖୋଲ’ କୁହନ୍ତି : ଦାମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେଡିରୁ ବିଦା ହେବା ପରେ ଦଳ ବିରୋଧରେ ଦାମବାବୁ ଏବେ ଖଡ଼ଗହସ୍ତ। ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡାକ୍ତର ରାଉତ୍‌  ଗୋଟିଏ ପରେ ଗୋଟିଏ ସମାବେଶ କରି ନବୀନ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ନବୀନ ବିରୋଧୀ ନେତାଙ୍କୁ ସାଙ୍ଗରେ ଧରି ଦାମ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ସରକାରଙ୍କ ବିଭିନ୍ନ କେଳେଙ୍କାରୀର ପର୍ଦ୍ଦାଫାସ୍‌ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଦାମ ଏରସମା ସ୍ୱାଭିମାନ୍‌ ସମାବେଶରେ ନବୀନଙ୍କ ଉପରେ ପ୍ରବଳ ବର୍ଷିଥିଲେ। […]

naveen-dama

naveen-dama

Tapas Behera
  • Published: Monday, 15 October 2018
  • Updated: 15 October 2018, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେଡିରୁ ବିଦା ହେବା ପରେ ଦଳ ବିରୋଧରେ ଦାମବାବୁ ଏବେ ଖଡ଼ଗହସ୍ତ। ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଡାକ୍ତର ରାଉତ୍‌  ଗୋଟିଏ ପରେ ଗୋଟିଏ ସମାବେଶ କରି ନବୀନ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ନବୀନ ବିରୋଧୀ ନେତାଙ୍କୁ ସାଙ୍ଗରେ ଧରି ଦାମ ଶକ୍ତି ପ୍ରଦର୍ଶନ କରିବା ସହ ବିଜେଡି ସରକାରଙ୍କ ବିଭିନ୍ନ କେଳେଙ୍କାରୀର ପର୍ଦ୍ଦାଫାସ୍‌ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଦାମ ଏରସମା ସ୍ୱାଭିମାନ୍‌ ସମାବେଶରେ ନବୀନଙ୍କ ଉପରେ ପ୍ରବଳ ବର୍ଷିଥିଲେ।

ବାଲିକୁଦା ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ଏହି ସମାବେଶରେ ଯୋଗ ଦେଇ ଦାମ କହିଥିଲେ ଯେ, ନବୀନ ହେଉଛନ୍ତି ଦୁର୍ନୀତିର ନାୟକ। ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ମତେ ମନ୍ତ୍ରୀପଦ ଓ ଦଳରୁ ବିଦା କରାଗଲା।

ସେହିପରି ନବୀନ ଭଲ ଓଡ଼ିଆ କହି ପାରୁ ନଥିବାରୁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ ଦାମ। ଉଦାହରଣ ଛଳରେ ନବୀନଙ୍କ କେତେକ ଭୁଲ ଉଚ୍ଚାରଣକୁ ସଭାସ୍ଥଳରେ ଦର୍ଶାଇଥିଲେ ଦାମ। କହିଥିଲେ, ନବୀନ ‘ବାରିପଦାକୁ ବାଡ଼ିପଡ଼ା’ ଓ ‘ଚଣ୍ଡିଖୋଲକୁ ଚଡ଼ିଖୋଲ’ କୁହନ୍ତି।

ନବୀନ ବିଜୁବାବୁଙ୍କ ପୁଅ ହୋଇ ମଧ୍ୟ ଠିକ୍ ଓଡ଼ିଆ କହି ପାରୁ ନ ଥିବାରୁ ସେ ତିରସ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos