ହଠାତ୍‌ ସନ୍ଧ୍ୟାରେ କଂଗ୍ରେସ୍‌ ଭବନକୁ ଦାମ ଗଲେ କାହିଁକି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତ୍‌ଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ଥିବାବେଳେ, ଆଜି ସେ ଦେଇଛନ୍ତି ଆଉଏକ ହଟଚମଟ ଖବର। ବିଜେଡିରୁ ବିଦା ହେବା ପରେ ଆଜି ପ୍ରଥମଥର ପାଇଁ ମାହାଙ୍ଗାରେ ଶକ୍ତି ପ୍ରଦର୍ଶନ କରିଥିବା ଡ. ରାଉତ୍‌ ହଠାତ୍‌ ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ସ୍ଥିତ କଂଗ୍ରେସ ଭବନରେ ଅନ୍ଧାରୀବିଜେ କରିଥିବା ଜଣାପଡ଼ିଛି। ସେଠାରେ କଂଗ୍ରେସ ପକ୍ଷରୁ ହୋଇଥିବା ମେଳିରେ ଦାମ ସାମିଲ ହେବା ରାଜନୈତିକ ପାଣିପାଗକୁ ଉଷ୍ମ […]

Dama-in-Cong-Bhawan

Tapas Behera
  • Published: Tuesday, 02 October 2018
  • , Updated: 02 October 2018, 09:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତ୍‌ଙ୍କୁ ନେଇ ଗତ କିଛିଦିନ ଧରି ରାଜ୍ୟ ରାଜନୀତି ସରଗରମ ଥିବାବେଳେ, ଆଜି ସେ ଦେଇଛନ୍ତି ଆଉଏକ ହଟଚମଟ ଖବର। ବିଜେଡିରୁ ବିଦା ହେବା ପରେ ଆଜି ପ୍ରଥମଥର ପାଇଁ ମାହାଙ୍ଗାରେ ଶକ୍ତି ପ୍ରଦର୍ଶନ କରିଥିବା ଡ. ରାଉତ୍‌ ହଠାତ୍‌ ସନ୍ଧ୍ୟାରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ସ୍ଥିତ କଂଗ୍ରେସ ଭବନରେ ଅନ୍ଧାରୀବିଜେ କରିଥିବା ଜଣାପଡ଼ିଛି। ସେଠାରେ କଂଗ୍ରେସ ପକ୍ଷରୁ ହୋଇଥିବା ମେଳିରେ ଦାମ ସାମିଲ ହେବା ରାଜନୈତିକ ପାଣିପାଗକୁ ଉଷ୍ମ କରିଦେଇଛି।

ଆଜି କଂଗ୍ରେସ ଭବନରେ ହୋଇଥିବା ‘ସମ୍ବିଧାନ ବଞ୍ଚାଅ’ ସମ୍ମିଳନୀରେ ବିଭିନ୍ନ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ। ଏଥିରେ କମ୍ୟୁନିଷ୍ଟ ନେତା ଜନାର୍ଦ୍ଦନ ପତି ଓ ରାମକୃଷ୍ଣ ପଣ୍ଡା ଏବଂ ସମାଜବାଦୀ ପାର୍ଟିର ରବି ବେହେରାଙ୍କୁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏମାନଙ୍କ ପରେ ହଠାତ୍ ସେଠି ଦାମୋଦର ରାଉତ ମଧ୍ୟ ବିଜେ କରିଥିଲେ। ଦାମଙ୍କ ସମେତ ଅନ୍ୟ ଦଳର ନେତା ଗୋଟିଏ ଜାଗାରେ ଏକାଠି ହୋଇଥିବାରୁ, କଂଗ୍ରେସର ମେଣ୍ଟ ଚର୍ଚ୍ଚାକୁ ଏହା ଖୋରାକ ଯୋଗାଇଛି।

[caption id="attachment_282984" align="aligncenter" width="822"] କଂଗ୍ରେସ ଭବନରେ ଭାଷଣ ଦେଉଛନ୍ତି ଡାକ୍ତର ଦାମୋଦର ରାଉତ[/caption]

ବିଜେଡିରୁ ଗଲା ପରେ ଆଜି ଗାନ୍ଧି ଜୟନ୍ତୀରେ ବିରୂପା ସାହିତ୍ୟ ସଂସ୍କୃତି ପରିଷଦ ମାହାଙ୍ଗା ଆନୁକୁଲ୍ୟରେ ଆୟୋଜିତ ଏକ ସଭାରେ ଯୋଗ ଦେଇଥିଲେ ଦାମ। ଏହି ଅବସରେ ଏକ ବିରାଟ ପଟୁଆରରେ ତାଙ୍କୁ  ସ୍ୱାଗତ କରାଯାଇଥିଲା। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଓସ୍ତମୂଳ ଛକରୁ ତାଙ୍କୁ ଏକ ଖୋଲା ଜିପ୍‌ରେ ଠିଆକରି ଏକ ମୋଟରସାଇକେଲ୍ ରାଲିରେ ସଭାସ୍ଥଳକୁ ନିଆ ଯାଇଥିଲା।

ବିଜେଡିକୁ ଚେକ୍‌ ଦେବା ପାଇଁ ଦାମଙ୍କର ଏମିତି ଗୋଟିଏ ପରେ ଗୋଟିଏ ରାଜନୈତିକ ପଦକ୍ଷେପ, ଓଡ଼ିଶା ରାଜନୀତିରେ ଏକ ନୂଆ ସମୀକରଣ ହେବ ବୋଲି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

https://youtu.be/y7cGSNnoGO8

Related story