ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ପୁଣି ବାଣ ମାରିଛନ୍ତି। ଏଥର ସେ ପ୍ରସ୍ତାବିତ ଭାଗଚାଷୀ ଆଇନ କାର୍ଯ୍ୟକାରୀ ନ ହୋଇପାରିବାର ଗୁମର ଖୋଲିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦାମ କହିଛନ୍ତି ଯେ, ଭାଗଚାଷୀ ଆଇନ କାର୍ଯ୍ୟକାରୀ କମିଟିରେ ମୁଁ ସଦସ୍ୟ ଥିଲି। ୨୦୧୭ ମସିହା ସେପ୍ଟେମ୍ବର ୧୭ ତାରିଖରେ ଆଇନ ପାଇଁ ଅଧ୍ୟାଦେଶ ନିଷ୍ପତ୍ତି ହୋଇଥିଲା। ଏହା ହେଲା ନାହିଁ। କ’ଣ ପାଇଁ ହେଲାନି ବୋଲି ମହେଶ୍ୱର ମହାନ୍ତିଙ୍କୁ ପଚାରିଥିଲି। ସେ ମୋ କାନ ପାଖରେ ଚୁପକିନା କହିଥିଲେ,"ଦାମ ଭାଇ, କାହିଁକି ଏଥିରେ ଆମେ ପଶିବା, ପାଣ୍ଡିଆନ୍ ମନା କରୁଛନ୍ତି।"
ସେହିପରି ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଥିଲେ, "ସାର୍ ମନା କରିଛନ୍ତି ଏବଂ ତମେ କ’ଣ ଲାଗିଛ କରିବାକୁ ? ପାଣ୍ଡିଆନ୍ ହେଉଛନ୍ତି ସୂର୍ଯ୍ୟ ପାତ୍ରଙ୍କ ସାର୍।”
ସେ ଆହୁରି କହିଛନ୍ତି,“ଭାଗଚାଷୀ ଆଇନ ଆଇନ କାର୍ଯ୍ୟକାରୀ ନ ହେବାରୁ ଲକ୍ଷ ଲକ୍ଷ ଭାଗଚାଷୀ ଶୋଷିତ ହେଉଛନ୍ତି। ଏଭଳି ଧପ୍ପାବାଜି ଓ ହିପୋକ୍ରାସୀ କଲେ, ଲୋକଙ୍କ ଅବସ୍ଥା କ’ଣ ହେବ?”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆବର୍ଷ ପୂର୍ବରୁ ପି.ଏମ୍ ଆବାସର ନୂଆ ସର୍ଭେ: ସର୍ତ୍ତାବଳୀ କୋହଳ, ସବୁ ଯୋଗ୍ୟ ପରିବାରକୁ ମିଳିବ ଘର
ପ୍ରତ୍ୟେକ ଗାଁରେ ସର୍ଭେ କରିବେ ନିର୍ଦ୍ଦିଷ୍ଟ ବ୍ଲକ କର୍ମଚାରୀ। ଗ୍ରାମସଭା ଡାକି ସମସ୍ତ ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ଅନୁମୋଦନ କରାଯିବ।
Miscellaneous
ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ର ଲୋକାର୍ପିତ
ଚାଷୀଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ।
Crime
ବାଙ୍କୀ ପୁଲିସ୍ର ଅଜବ ସର୍ତ୍ତ: ଅଭିଯୁକ୍ତକୁ ଧରିବା ପାଇଁ ବୋଲେରୋ ଓ ଟଙ୍କା ଦିଅ!
ଭଲ ପାଇବା ଜୀବନର ଗୋଟିଏ ବଡ଼ ଭୁଲ ଥିଲା ବୋଲି ଭାବି ନେଇଥିଲେ ଲିମା। ଆଉ ନୂଆକରି ଜୀବନ ଗଢ଼ିବା ପାଇଁ ରାଜଧାନୀର କଂକ୍ରିଟ୍ ସହରରେ ଲାଗି ପଡ଼ିଥିଲେ।
Crime
ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ
ବିଜା ମାଡ଼ଭି ୬ ବର୍ଷ ଧରି ନକ୍ସଲ ସଂଗଠନରେ ସାମିଲ ଥିଲେ। ୨୦୨୦ ମସିହାରୁ ସେ KKBN ଡିଭିଜନରେ କାମ କରୁଥିଲେ।
Crime
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ! ଘେରିଲେ ଗାଁ ଲୋକ
ପ୍ରଧାନଶିକ୍ଷକଙ୍କୁ ଠେଲାପେଲା କରିବା ସହିତ ବିଦ୍ୟାଳୟର ଏକ କୋଠରୀରେ ଭର୍ତ୍ତି କରି ତାଲା ପକାଇଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ABEO ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିଥିଲେ