କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇ ନିଲମ୍ବିତ ହେଲେ ବିଧାନସଭା ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ତଥ୍ୟ ଲୁଚାଇଥିବା ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର କରୋନା ସଂକ୍ରମିତ ଭାବେ […]

medicne

Manoranjan Sial
  • Published: Friday, 27 March 2020
  • , Updated: 27 March 2020, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ତଥ୍ୟ ଲୁଚାଇଥିବା ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଜି ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଛି। ଏହାସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଥିବା ତୃତୀୟ ରୋଗୀ ପ୍ରଥମେ ବିଧାନସଭା ପରିସରରେ ଥିବା ଜୋନାଲ ଡିସପେନସାରୀର ମେଡିକାଲ ଅଫିସର ଡାକ୍ତର ବେହେରାଙ୍କ ପାଖକୁ ସ୍ୱାସ୍ଥ୍ୟଗତ ପରାମର୍ଶ ପାଇଁ ଯାଇଥିଲେ। ନିଜର ଚିକିତ୍ସା କରିଥିଲେ। ମାତ୍ର ସମ୍ପୃକ୍ତ ରୋଗୀଜଣକ ବାହାରୁ ଆସିଥିବା ଜାଣି ମଧ୍ୟ ଡାକ୍ତର ବେହେରା କାହାରିକୁ ଏ ସମ୍ପର୍କରେ ସୂଚନା ଦେଇନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଡାକ୍ତରଙ୍କ ସାମାନ୍ୟ ଭୁଲ୍ ପାଇଁ ଏବେ ପୁରା ବିଧାନସଭା କର୍ମଚାରୀମାନେ ବିପଦରେ ପଡ଼ିଛନ୍ତି। ଯେଉଁଥିପାଇଁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ବିଧାନସଭାର ଅଧିବେଶନକୁ ଲୋକସେବା ଭବନରେ କରିବାକୁ ପଡ଼ିଛି।

ଏହି କାରଣରୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଡାକ୍ତର ବେହେରାଙ୍କୁ ତତ୍କାଳ ନିଲମ୍ବନ କରାଯିବା ସହ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନଯିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବ ଗତ ୫ଦିନ ତଳେ ଉଭୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ମାଣ ଶ୍ରମିକ ବୋର୍ଡ ପାଣ୍ଠିରେ ଥିବା ଅର୍ଥରୁ ରାଜ୍ୟର ଶ୍ରମିକମାନଙ୍କ ପାଇଁ ‘କରୋନା’ ସହାୟତା ପ୍ୟାକେଜ୍ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ସେହିପରି ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗତିବିଧି ପାଇଁ ଅର୍ଥ ଖର୍ଚ୍ଚ କରିବାକୁ କହିଥିଲେ। ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଜିଲ୍ଲା ଖଣିଜ ପାଣ୍ଠିକୁ ଠିକ୍ ଭାବେ ଖର୍ଚ୍ଚ କରିପାରୁନଥିବାରୁ ସେଥିରେ ପ୍ରାୟ ୫ହଜାର କୋଟି ଟଙ୍କା ପଡ଼ିରହିଛି।

Related story