୬ ବର୍ଷ ପରେ ଆସୁଛି ନୂଆ କୃଷି ନୀତି, ଫୋକସ୍‌ରେ ‘କାଳିଆ ଯୋଜନା’

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି । ଏଥିପାଇଁ କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି । ଯେଉଁଥିରେ ଚାଷୀଙ୍କ ବିକାଶକୁ ଦୃଷ୍ଟିରେ ରଖି ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଇଛି । ଏଥର  ଫୋକସରେ କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ ରହିଛି । ଚାଷୀଙ୍କ କ୍ରମାଗତ ଆୟ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି […]

farming-1..

farming-1..

Niharika Rout
  • Published: Friday, 09 August 2019
  • Updated: 09 August 2019, 12:21 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି । ଏଥିପାଇଁ କୃଷିନୀତି-୨୦୧୯ର ଚିଠା ପ୍ରକାଶ ପାଇଛି । ଯେଉଁଥିରେ ଚାଷୀଙ୍କ ବିକାଶକୁ ଦୃଷ୍ଟିରେ ରଖି ବିସ୍ତୃତ ଖସଡା ପ୍ରସ୍ତୁତ କରାଯାଇଛି । ଏଥର  ଫୋକସରେ କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ ରହିଛି ।

ଚାଷୀଙ୍କ କ୍ରମାଗତ ଆୟ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି । କାଳିଆ ଯୋଜନାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ମଧ୍ୟ ଏହି ନୂଆ କୃଷି ନୀତି ଚିଠାରେ ପ୍ରସ୍ତାବ ରହିଛି।

ଏହାସହ କାଳିଆ ସହାୟତା ନେଇଥିବା ଚାଷୀଙ୍କ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହାଦ୍ୱାରା ଚାଷୀ ଲାଭବାନ ହୋଇଛନ୍ତି କି ନାହିଁ, ଚାଷୀଙ୍କ ଜୀବିକା ଅର୍ଜନରେ ସଫଳତା ମିଳିଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ । ଯେଉଁ ଚାଷୀ କାଳିଆ ଯୋଜନା ଦ୍ୱାରା ଜୀବିକା ଅର୍ଜନରେ ସଫଳ ହୋଇଛନ୍ତି ସେମାନଙ୍କୁ ସରକାର ପୁରସ୍କୃତ କରିବେ ବୋଲି ଏଥିରେ ଦର୍ଶାଯାଇଛି ।

ସେହିପରି ପ୍ରସ୍ତାବିତ କୃଷି ନୀତିରେ ମହିଳା ଚାଷୀଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ମୋଟ ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତ ମହିଳା ଶ୍ରମିକ । ଏଣୁ ସେମାନଙ୍କ ବିକାଶକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି । ରାଜ୍ୟରେ ୫ ଲକ୍ଷ ଭୂମିହୀନ ମହିଳା ଥିବା ଜଣାପଡ଼ିଛି । ସେମାନଙ୍କୁ  ସ୍ୱତନ୍ତ୍ର ଶ୍ରେଣୀରେ ଗ୍ରହଣ କରାଯାଇ ଉତଥାନ ପାଇଁ ପଦକ୍ଷେପ ନିଆଯିବ ।

ମହିଳାଙ୍କ ସାମାଜିକ ଓ  ଆର୍ଥିକ ବିକାଶ ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଉଛି । ସେହିପରି ମହିଳା ଚାଷୀଙ୍କ ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା କରାଯିବାକୁ ସରକାର କୃଷି ନୀତିରେ ଗୁରୁତ୍ୱ ଦେଇଛନ୍ତି । ମହିଳା ଚାଷୀଙ୍କୁ ତାଲିମ ଦେଇ କୃଷିର  ବିକାଶ କ୍ଷେତ୍ରରେ ନିୟୋଜନ କରିବାକୁ ପ୍ରସ୍ତାବ ରହିଛି ।

ଉଦ୍ୟାନ କୃଷି ଓ ପଶୁ ପାଳନ ଯୋଜନାରେ ମହିଳା ଚାଷୀଙ୍କୁ ପ୍ରାଧାନ୍ୟ ଦିଆଯିବ। ମହିଳା ଚାଷୀଙ୍କୁ ସୁହାଇବା ଭଳି ଯନ୍ତ୍ରପାତି ବିକାଶ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି ସରକାର । ୨୦୦୮, ୨୦୧୩  ପରେ ଏବେ ୨୦୧୯ରେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ତୃତୀୟ କୃଷି ନୀତି ଚିଠା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story