ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ; ଶ୍ରୀବିହାର ଅଞ୍ଚଳରେ ନର୍ଦ୍ଦମା ପାଣିର ସୁଅ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଗଣିତ ଶ୍ରୀବିହାର ରାସ୍ତାରେ ଏବେ ନର୍ଦ୍ଦମା ପାଣିର ସୁଅ ଛୁଟିଛି। ଲାଭା ଉଦ୍&zwnj;ଗୀରଣ ହେଲା ଭଳି ଦୀର୍ଘ ଏକ ମାସ ହେଲା ଏଠି ଅନବରତ ଏକ ସ୍ୱେରେଜ୍&zwnj; ଲାଇନ୍&zwnj;ରୁ ନର୍ଦ୍ଦମା ପାଣି ବାହାରି ରାସ୍ତାରେ ଢେଉ ମାରୁଛି। ପରିବେଶ ଏମିତି ଦୁର୍ଗନ୍ଧମୟ ହୋଇଛି ଯେ, ବେଳେ ବେଳେ ସେଠାରେ ଠିଆ ହେବା ମୁସ୍କିଲ୍&zwnj; ହୋଇପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍କୁଲ୍&zwnj; ପିଲା ଯିବା ଆସିବା କରୁଛନ୍ତି। ଏହି ରାସ୍ତାରେ ପଡ଼ି ଅନେକ ସମୟରେ ଛୋଟ ଛୋଟ ପିଲା ଆହତ ମଧ୍ୟ ହେଲେଣି। ସ୍ୱେରେଜ୍&zwnj; ଲାଇନ୍&zwnj; ଜାମ୍&zwnj; ହୋଇ ଏପରି ହୋଇଥିଲେ ମଧ୍ୟ କେହି ଏ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି। ଲୋକେ ଯେତେ ଛାଟିପିଟି ହେଲେ ବି କେହି ଶୁଣିବାକୁ ନାରାଜ। ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହୋଇଛି।</p> <p>&amp;nbsp;</p>

Ordigital Desk
  • Published: Friday, 24 August 2018
  • Updated: 24 August 2018, 03:00 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରର ଏକ ଭିଆଇପି ଏରିଆ ଭାବେ ପରିଗଣିତ ଶ୍ରୀବିହାର ରାସ୍ତାରେ ଏବେ ନର୍ଦ୍ଦମା ପାଣିର ସୁଅ ଛୁଟିଛି। ଲାଭା ଉଦ୍&zwnj;ଗୀରଣ ହେଲା ଭଳି ଦୀର୍ଘ ଏକ ମାସ ହେଲା ଏଠି ଅନବରତ ଏକ ସ୍ୱେରେଜ୍&zwnj; ଲାଇନ୍&zwnj;ରୁ ନର୍ଦ୍ଦମା ପାଣି ବାହାରି ରାସ୍ତାରେ ଢେଉ ମାରୁଛି। ପରିବେଶ ଏମିତି ଦୁର୍ଗନ୍ଧମୟ ହୋଇଛି ଯେ, ବେଳେ ବେଳେ ସେଠାରେ ଠିଆ ହେବା ମୁସ୍କିଲ୍&zwnj; ହୋଇପଡ଼ୁଛି। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ସ୍କୁଲ୍&zwnj; ପିଲା ଯିବା ଆସିବା କରୁଛନ୍ତି। ଏହି ରାସ୍ତାରେ ପଡ଼ି ଅନେକ ସମୟରେ ଛୋଟ ଛୋଟ ପିଲା ଆହତ ମଧ୍ୟ ହେଲେଣି। ସ୍ୱେରେଜ୍&zwnj; ଲାଇନ୍&zwnj; ଜାମ୍&zwnj; ହୋଇ ଏପରି ହୋଇଥିଲେ ମଧ୍ୟ କେହି ଏ ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି। ଲୋକେ ଯେତେ ଛାଟିପିଟି ହେଲେ ବି କେହି ଶୁଣିବାକୁ ନାରାଜ। ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହୋଇଛି।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos