ୟୁନିଫର୍ମ ପିନ୍ଧିବେ ସେବାୟତ: ଶ୍ରୀମନ୍ଦିରରେ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସେବାୟତଙ୍କ ଆଚରଣ କେମିତି? ଭକ୍ତ ଦେଉଥିବା ଦାନ ହୁଣ୍ଡିକୁ ଯାଉଛି ନା ଅନ୍ୟ କୁଆଡ଼େ ଯାଉଛି? ଭକ୍ତଙ୍କ ସୁରକ୍ଷା ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଛି? ଏ ସବୁକୁ ଗୋଟି ଗୋଟି ଅନୁଧ୍ୟାନ କରି ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ। ଏମିତିକି ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ କରିବାକୁ ରିପୋର୍ଟରେ ପ୍ରସ୍ତାବ ରହିଛି। ରିପୋର୍ଟରେ ଥିବା ସମସ୍ତ ସଂସ୍କାରମୂଳକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ […]

dress cord in puri jagannath temple

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 09:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ସେବାୟତଙ୍କ ଆଚରଣ କେମିତି? ଭକ୍ତ ଦେଉଥିବା ଦାନ ହୁଣ୍ଡିକୁ ଯାଉଛି ନା ଅନ୍ୟ କୁଆଡ଼େ ଯାଉଛି? ଭକ୍ତଙ୍କ ସୁରକ୍ଷା ପାଇଁ କି ପ୍ରକାର ବ୍ୟବସ୍ଥା ହୋଇଛି? ଏ ସବୁକୁ ଗୋଟି ଗୋଟି ଅନୁଧ୍ୟାନ କରି ପୁରୀ ଜିଲ୍ଲା ଜଜ୍ ଦେଇଥିବା ରିପୋର୍ଟକୁ ବିଚାରକୁ ନେଇଛନ୍ତି ସୁପ୍ରିମକୋର୍ଟ। ଏମିତିକି ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ କରିବାକୁ ରିପୋର୍ଟରେ ପ୍ରସ୍ତାବ ରହିଛି।

ରିପୋର୍ଟରେ ଥିବା ସମସ୍ତ ସଂସ୍କାରମୂଳକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ମନ୍ଦିର ପରିଚାଳନା କମିଟିକୁ କହିଛନ୍ତି କୋର୍ଟ। ତା’ସହ ଭକ୍ତଙ୍କ ଅବଗତି ପାଇଁ ଏହାକୁ ମନ୍ଦିର ୱେବସାଇଟ୍‌ରେ ଛାଡ଼ିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବ ଉପରେ କୌଣସି ଆପତ୍ତି ଥିଲେ ସୁପ୍ରିମକୋର୍ଟଙ୍କୁ ଜଣାଇବାକୁ କୁହାଯାଇଛି। ଏସବୁ ପ୍ରସ୍ତାବ ଉପରେ ରଥଯାତ୍ରା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ପୁରୀ ଗସ୍ତ କରି ସବୁ ପକ୍ଷଙ୍କ ସହ ବୈଠକ କରି କୋର୍ଟଙ୍କୁ ଜଣାଇବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ସେପଟେ ହାଇକୋର୍ଟରେ ଆଜି ହୋଇଛି ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି। ରଥଯାତ୍ରା ସମୟରେ ଜୟବିଜୟ ଦ୍ୱାର ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଥିସହ ଗୁଣ୍ଡିଚା ମନ୍ଦିର ଓ ମାଉସୀମା ମନ୍ଦିରର ସ୍ଥିତି ଅନୁଧ୍ୟାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ASI ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଶ୍ରୀମନ୍ଦିର ବେଢ଼ା ଭିତରେ ଥିବା ଦୁର୍ବଳ ମନ୍ଦିରର ମରାମତି ଆରମ୍ଭ ହୋଇଥିବା ଦର୍ଶାଯାଇଛି। ସେପଟେ ରଥଯାତ୍ରା ଭିତରେ ଜଗମୋହନ ଓ ନାଟମଣ୍ଡପର ମରାମତି ସହ ଗର୍ଭଗୃହର ସଠିକ୍ ଯାଞ୍ଚ ସାରିବାକୁ ଦାବି କରିଛନ୍ତି ସେବାୟତ।

Related story