ଟ୍ରକ୍ ଓଲଟି ଡ୍ରାଇଭର ଓ ହେଲପର ମୃତ

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଆଜି ଭୋରରେ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇ ଯିବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି। ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା। ପୁଲିସ୍‌ ମୃତଦେହ […]

truck

Jitendra Garnayak
  • Published: Monday, 15 April 2019
  • , Updated: 15 April 2019, 10:01 AM IST

ରାୟଗଡ଼ା (ମନୋଜ ପାତ୍ର): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପାର୍ତ୍ତାପୁର ଘାଟିରେ ଆଜି ଭୋରରେ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାକଡ଼କୁ ଓଲଟି ଏକ ଗଛରେ ପିଟି ହୋଇ ଯିବାରୁ ଉଭୟ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଛି।

ମୃତ ଡ୍ରାଇଭରଙ୍କ ନାଁ ବୁର୍‌ଲାଲ ଓ ହେଲପରଙ୍କ ନାଁ ସୁରେଶ। ଉଭୟଙ୍କ ଘର ଛତିଶଗଡ଼ରେ ବୋଲି ଜଣାପଡ଼ିଛି।

ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ଛତିଶଗଡ଼ ଯାଉଥିବା ବେଳେ ପାର୍ତ୍ତାପୁର ଘାଟିରେ ଓଲଟି ପଡ଼ିଥିଲା। ପୁଲିସ୍‌ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story