ଚାକୁଣ୍ଡା ଗଛରେ ପିଟି ହେଲା କାର୍

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-ଜୟପୁର ରାସ୍ତାର ନାଲିବର ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଚାକୁଣ୍ଡା ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାରଦା ରାୟ। ତାଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଜିନଗରରେ। ସେ ରାହାଡିଙ୍ଗାରେ ତାଙ୍କ ମାମୁ ଘରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସାରଦା କିଛି ଯାତ୍ରୀଙ୍କୁ ଛାଡ଼ି ସଂଅରା ଫେରୁଥିଲେ। ସଂଅରାରେ ତାଙ୍କ ଗାଡ଼ି ମାଲିକଙ୍କ ଘର। ଏହି ସମୟରେ ଜଗତସିଂହପୁର-ଜୟପୁର […]

rtt-9999

rtt-9999

Tapaswini Nayak
  • Published: Thursday, 31 January 2019
  • Updated: 31 January 2019, 09:45 AM IST

Sports

Latest News

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର-ଜୟପୁର ରାସ୍ତାର ନାଲିବର ନିକଟରେ ଏକ କାର୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଚାକୁଣ୍ଡା ଗଛରେ ପିଟି ହେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାରଦା ରାୟ। ତାଙ୍କ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ହଜିନଗରରେ। ସେ ରାହାଡିଙ୍ଗାରେ ତାଙ୍କ ମାମୁ ଘରେ ରହୁଥିଲେ।

yuu0000
ଗତକାଲି ବିଳମ୍ବିତ ରାତିରେ ସାରଦା କିଛି ଯାତ୍ରୀଙ୍କୁ ଛାଡ଼ି ସଂଅରା ଫେରୁଥିଲେ। ସଂଅରାରେ ତାଙ୍କ ଗାଡ଼ି ମାଲିକଙ୍କ ଘର। ଏହି ସମୟରେ ଜଗତସିଂହପୁର-ଜୟପୁର ରାସ୍ତାର ନାଲିବର ନିକଟରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ସାରଦାଙ୍କ ମୃତଦେହ ଉଦ୍ଧାର କରିଥିଲା।

କାର୍‌ଟି ଦ୍ରୁତ ଗତିରେ ଆସୁଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos