କୋଣାର୍କ(ଓଡ଼ିଶା ରିପୋର୍ଟର): ଚଳନ୍ତା ବସ୍ରେ ଡ୍ରାଇଭରଙ୍କ ହେଲା ହୃଦଘାତ। ଆଜି ସକାଳେ ପୁରୀ ଜିଲ୍ଲା ନାଗପୁରରୁ କଟକ ଅଭିମୁଖେ ଯାଉଥିବା ମା' ନାମକ ଏକ ଯାତ୍ରୀବାହୀ ବସ୍ରେ ଘଟିଛି ଏଭଳି ଘଟଣା।
ସୂଚନା ଅନୁସାରେ ଆଜି ଏହି ଯାତ୍ରୀବାହୀ ବସ୍ଟି ଗୋପ ଚାରି ଛକ ରାସ୍ତାର ଗୋପ ବଜାର ଠାରୁ ୧୦୦ ମିଟର ଦୂରକୁ ଯିବା ପରେ ହଠାତ୍ ତା'ର ଗତି ଧିମେଇ ଯାଇଥିଲା। ଉକ୍ତ ବସ୍କୁ ଚଳାଉଥିବା ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଷ୍ଟେରିଂ ଉପରେ ଶୋଇ ପଡିଥିଲେ। ଏହା ଦେଖି କଣ୍ଡକ୍ଟର ତୁରନ୍ତ ବସ୍ର ବ୍ରେକ୍ ଲଗାଇ ଦେଇଥିଲେ। ଫଳରେ ଗାଡିରେ ଥିବା ୪୯ ଯାତ୍ରୀ ଅଳ୍ପକେ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।
ଛାତିରେ ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ିଥିବା ଡ୍ରାଇଭରଙ୍କୁ ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବସ୍ ଡ୍ରାଇଭରଙ୍କ ନାଁ ସୁଦର୍ଶନ ସାହୁ। ତାଙ୍କ ଘର ନେତପୁରରେ ବୋଲି ଜଣାପଡ଼ିଛି।