କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ: ବାପା ବଞ୍ଚିଗଲେ, ପୁଅ ଚାଲିଗଲା

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଭୀମ ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲପର୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନେହା ସିଂହ। ଟ୍ରକ୍‌ଟି ଢେଙ୍କାନାଳ ଜିଲ୍ଲାରୁ କାଠ ଧରି ଉତ୍ତରାଖଣ୍ଡ ଯାଉଥିଲା। ଆଜି ସକାଳ ପ୍ରାୟ ସାଢ଼େ ଆଠ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଏହା ତଳେ ନେହା ଚାପି ହୋଇଯାଇଥିଲେ। ଖବର […]

truckaccident

Jitendra Garnayak
  • Published: Sunday, 03 March 2019
  • , Updated: 03 March 2019, 11:42 AM IST

ବଣାଇ(ରଣଜିତ୍‌ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ଭୀମ ଘାଟି ନିକଟରେ ଏକ କାଠ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ହେଲପର୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ନେହା ସିଂହ।

ଟ୍ରକ୍‌ଟି ଢେଙ୍କାନାଳ ଜିଲ୍ଲାରୁ କାଠ ଧରି ଉତ୍ତରାଖଣ୍ଡ ଯାଉଥିଲା। ଆଜି ସକାଳ ପ୍ରାୟ ସାଢ଼େ ଆଠ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଏହା ତଳେ ନେହା ଚାପି ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚଥିଲା ଓ ତାଙ୍କ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଏହି ଟ୍ରକ୍‌କୁ ନେହାଙ୍କ ବାପା ଚୋଖା ସିଂହ ଚଲାଉଥିଲେ। ତାଙ୍କର କିଛି ହୋଇନାହିଁ।

Related story