ଡ୍ରାଇଭିଂ ଲାଇସେନ୍ସ ନବୀକରଣ ନୂଆ ନୀତି ବିରୋଧରେ ଡ୍ରାଇଭରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଜପତି: ଭାରୀଯାନର ଚାଳକଙ୍କ ନୂଆ ଯୋଗ୍ୟତା ପରୀକ୍ଷାକୁ କେନ୍ଦ୍ର କରି ଗଜପତି ଜିଲ୍ଲା ବସ ଓ ଟ୍ରକ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସେଥିପାଇଁ ପାରଳାଖେମୁଣ୍ଡିଠାରୁ ସବୁ ସ୍ଥାନକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ବ୍ରହ୍ମପୁରସ୍ଥିତ ପରିବହନ ସହକାରୀ କମିଶନରଙ୍କ ପକ୍ଷରୁ ଭାରୀଯାନର ଚାଳକଙ୍କ ଯୋଗ୍ୟତା ନେଇ ନୋଟିସ ଜାରି କରାଯାଇଛି। ଡ୍ରାଇଭରଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଅଷ୍ଟମଶ୍ରେଣୀ ହେବା ଦରକାର ବୋଲି ନୋଟିସରେ ଉଲ୍ଲେଖ ରହିଛି। ଏପରିକି ଅଷ୍ଟମ […]

gajapati

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 06:47 AM IST

ଗଜପତି: ଭାରୀଯାନର ଚାଳକଙ୍କ ନୂଆ ଯୋଗ୍ୟତା ପରୀକ୍ଷାକୁ କେନ୍ଦ୍ର କରି ଗଜପତି ଜିଲ୍ଲା ବସ ଓ ଟ୍ରକ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସେଥିପାଇଁ ପାରଳାଖେମୁଣ୍ଡିଠାରୁ ସବୁ ସ୍ଥାନକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ବ୍ରହ୍ମପୁରସ୍ଥିତ ପରିବହନ ସହକାରୀ କମିଶନରଙ୍କ ପକ୍ଷରୁ ଭାରୀଯାନର ଚାଳକଙ୍କ ଯୋଗ୍ୟତା ନେଇ ନୋଟିସ ଜାରି କରାଯାଇଛି। ଡ୍ରାଇଭରଙ୍କ ଶିକ୍ଷାଗତ ଯୋଗ୍ୟତା ଅତି କମରେ ଅଷ୍ଟମଶ୍ରେଣୀ ହେବା ଦରକାର ବୋଲି ନୋଟିସରେ ଉଲ୍ଲେଖ ରହିଛି। ଏପରିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ନଥାଇ ଲାଇସେନ୍ସ ପାଇଥିବା ଚାଳକଙ୍କ  ଲାଇସେନସ ରଦ୍ଦ କରାଯିବ ବୋଲି ନୋଟିସ ଦିଆଯାଇଛି। ତେବେ ଜିଲ୍ଲାର ବସ୍ ଓ ଟ୍ରକ୍ ଚାଳକମାନେ ଏହି ନିୟମକୁ ବିରୋଧ କରିଛନ୍ତି।

 

 

 

 

Related story