ଜେଲ୍‌ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ପର୍ଶକାତର ଜେଲ୍‌ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ। ଡ୍ରୋନ୍‌ ମାଧ୍ୟମରେ ଜେଲ୍‌ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ। ଜେଲ୍‌ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ। ଏଥିପାଇଁ ୨୨ରୁ ୨୩ଟି ଡ୍ରୋନ୍‌ ଅଣାଯିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ। ଅପରାଧ ସାମ୍ରାଜ୍ୟ ବିସ୍ତା କରି ଜେଲ୍‌ରେ ଅଛନ୍ତି ବହୁ ଦୁର୍ଦ୍ଦାନ୍ତ ଅପରାଧୀ। ସେମାନେ ଜେଲ୍‌ରେ ରହିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ଅପରାଧ ନିୟନ୍ତ୍ରଣ ଚାଲିଛି। ଦାଦାବଟି […]

Drone

Drone

Manoranjan Sial
  • Published: Tuesday, 19 October 2021
  • Updated: 19 October 2021, 06:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ପର୍ଶକାତର ଜେଲ୍‌ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ। ଡ୍ରୋନ୍‌ ମାଧ୍ୟମରେ ଜେଲ୍‌ ଅନ୍ତେବାସୀଙ୍କ ଉପରେ ନଜର ରଖାଯିବ। ଜେଲ୍‌ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ। ଏଥିପାଇଁ ୨୨ରୁ ୨୩ଟି ଡ୍ରୋନ୍‌ ଅଣାଯିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ।

ଅପରାଧ ସାମ୍ରାଜ୍ୟ ବିସ୍ତା କରି ଜେଲ୍‌ରେ ଅଛନ୍ତି ବହୁ ଦୁର୍ଦ୍ଦାନ୍ତ ଅପରାଧୀ। ସେମାନେ ଜେଲ୍‌ରେ ରହିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ଅପରାଧ ନିୟନ୍ତ୍ରଣ ଚାଲିଛି। ଦାଦାବଟି ଆଦାୟଠାରୁ ଆରମ୍ଭ କରି ଧମକ ଚମକ ଦିଆଯାଉଛି। ଏହାର ପ୍ରମାଣ ବହୁବାର ଦେଖିବାକୁ ମିଳିଛି। କିଛିଦିନ ତଳେ କଟକର ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କ ନିର୍ଦ୍ଦେଶରେ ଜଣେ ବ୍ୟବସାୟୀଙ୍କୁ ବଟି ମଗା ଯାଉଥିଲା। ଏହି ସମ୍ପର୍କରେ ପୁଲିସ ଜାଣିପାରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। କେବଳ ଏହି ଗୋଟିଏ ଘଟଣା ନୁହେଁ। ଏପରି ଅନେକ ଘଟଣା ରାଜ୍ୟରେ ଘଟିଛୁ। ଯେଉଁଥିପାଇଁ ବିବାଦ ଭିତରେ ରହିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ। ଏଥିରୁ ଏବେ ନିସ୍ତାର ମିଳିବ। ଜେଲ୍‌ ଭିତରେ ଥିବା ଅନ୍ତେବାସୀଙ୍କ ଗତିବିଧି ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos