ବାଦ ପଡ଼ିଥିବା ମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା, ମିଳିବ କି ନୂଆ ଦାୟିତ୍ୱ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିବା ବେଳେ ଶପଥ ନେଇଥିଲେ ୨୧ ମନ୍ତ୍ରୀ। ଏଥିରୁ ୧୦ ମନ୍ତ୍ରୀ ବାଦ ପଡ଼ି ଯାଇଥିବା ବେଳେ ସେମାନଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା। ନବୀନ ନିବାସରୁ ଡାକରା ପାଇ ବାଦ ପଡ଼ିଥିବା ମନ୍ତ୍ରୀ ଆଜି ନବୀନ ନିବାସ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଅସନ୍ତୁଷ୍ଟମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଥିବା ଜଣାଯାଇଛି। ୨୦୧୯ ନିର୍ବାଚନ ପରେ ନବୀନଙ୍କ […]

eweww

eweww

Niharika Rout
  • Published: Monday, 06 June 2022
  • Updated: 06 June 2022, 12:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିବା ବେଳେ ଶପଥ ନେଇଥିଲେ ୨୧ ମନ୍ତ୍ରୀ। ଏଥିରୁ ୧୦ ମନ୍ତ୍ରୀ ବାଦ ପଡ଼ି ଯାଇଥିବା ବେଳେ ସେମାନଙ୍କୁ ନବୀନ ନିବାସରୁ ଡାକରା ଆସିଥିଲା। ନବୀନ ନିବାସରୁ ଡାକରା ପାଇ ବାଦ ପଡ଼ିଥିବା ମନ୍ତ୍ରୀ ଆଜି ନବୀନ ନିବାସ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଅସନ୍ତୁଷ୍ଟମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଥିବା ଜଣାଯାଇଛି।

୨୦୧୯ ନିର୍ବାଚନ ପରେ ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀ ହୋଇଥିବା ୧୦ ଜଣଙ୍କୁ ଏଥର ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇଛି। ବିଶେଷ କରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ଅରୁଣ ସାହୁ, ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିବା ସୁଦାମ ମାର୍ଣ୍ଡି, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାୟକ ଓ ପଦ୍ମନାଭ ବେହେରା ପ୍ରମୁଖ ବାଦ୍ ପଡ଼ିଛନ୍ତି।

ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରତାପ ଜେନା ପ୍ରମୁଖ ନବୀନ ନିବାସରୁ ଡାକରା ପାଇ ଆଜି ସକାଳେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଖୁବ୍‌ ଶୀଘ୍ର ଏହି ଅସନ୍ତୁଷ୍ଟ ନେତାମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ମିଳିବା ନେଇ ଆଲୋଚନା ହେଉଛି।

୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ ମୁଖ୍ୟମନ୍ତ୍ରୀ ଏଥର ସ୍ୱଚ୍ଛ ଚେହେରା ଥିବା ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ବାଦ ପଡିଥିବ ମନ୍ତ୍ରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ବେଳେ ସେମାନଙ୍କୁ ନୂଆ ଦାୟିତ୍ୱ ଦେବାକୁ ପ୍ରୟାସ ଚାଲିଥିବା ଆକଳନ କରାଯାଉଛି।

ନୂତନ ମନ୍ତ୍ରୀମଣ୍ଡଳ ଗଠନ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିର ୩ ବର୍ଷ ପୂରି ସାରିଛି। ଏହା ମଧ୍ୟରେ ପଞ୍ଚାୟତ, ମ୍ୟୁନିସିପାଲଟି ନିର୍ବାଚନ, ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ ହୋଇ ସାରିଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରାୟ ମଧ୍ୟ ସରକାରଙ୍କ ସପକ୍ଷରେ ଯାଇଛି। ତେଣୁ ଏବେ ମୁଖ୍ୟମନ୍ତ୍ରୀ ସଙ୍ଗଠନକୁ ସୁଦୃଢ କରିବା ଉପରେ ଫୋକସ କରୁଥିବା ବେଳେ ବାଦ ପଡ଼ିଥିବା ମନ୍ତ୍ରୀମାନଙ୍କୁ ଏହି କାମରେ ନିୟୋଜିତ କରାଯିବ ବୋଲି ରାଜନୈତିକ ମହଲରେ ଚାଲିଛି ଚର୍ଚ୍ଚା।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିବା ବେଳେ ମୋଟ ୨୧ ଜଣ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story