ରାଜ୍ୟବ୍ୟାପୀ ମରୁଡି ଆଶଙ୍କାରେ ଚାଷୀକୂଳ, ସପ୍ତାହରେ ୩ ଚାଷୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧାରା ଶ୍ରାବଣରେ ବର୍ଷାର ଚିହ୍ନବର୍ଣ୍ଣ ନଥିବାରୁ ସତେ ଯେମିତି ଚାଷୀର କବାଟ ଠକ୍ ଠକ୍ କରୁଛି ମରୁଡ଼ି ସଂକଟ।  ଗତବର୍ଷ ରାଜ୍ୟର ବହୁ ଅଞ୍ଚଳରେ ମରୁଡ଼ି ହୋଇଥିବା ବେଳେ, ଏଥର ବି ଫସଲ ହାନୀ ଆଶଙ୍କାରେ ଚିନ୍ତାରେ ଚାଷୀ।  ବୋଝ ଉପରେ ନଳିତା ବିଡ଼ା ପରି ଋଣଭାର ଯୋଗୁଁ ବୋଝଗ୍ରସ୍ତ ହୋଇ ସପ୍ତାହକ ଭିତରେ ଜୀବନ ହାରିଲେଣି ତିନି ତିନି ଜଣ ଚାଷୀ । ସେପଟେ ବିଧାନସଭାରେ ବି ମରୁଡ଼ି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି […]

ti

ti

Tapas Behera
  • Published: Thursday, 25 July 2019
  • Updated: 25 July 2019, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଧାରା ଶ୍ରାବଣରେ ବର୍ଷାର ଚିହ୍ନବର୍ଣ୍ଣ ନଥିବାରୁ ସତେ ଯେମିତି ଚାଷୀର କବାଟ ଠକ୍ ଠକ୍ କରୁଛି ମରୁଡ଼ି ସଂକଟ।  ଗତବର୍ଷ ରାଜ୍ୟର ବହୁ ଅଞ୍ଚଳରେ ମରୁଡ଼ି ହୋଇଥିବା ବେଳେ, ଏଥର ବି ଫସଲ ହାନୀ ଆଶଙ୍କାରେ ଚିନ୍ତାରେ ଚାଷୀ।  ବୋଝ ଉପରେ ନଳିତା ବିଡ଼ା ପରି ଋଣଭାର ଯୋଗୁଁ ବୋଝଗ୍ରସ୍ତ ହୋଇ ସପ୍ତାହକ ଭିତରେ ଜୀବନ ହାରିଲେଣି ତିନି ତିନି ଜଣ ଚାଷୀ । ସେପଟେ ବିଧାନସଭାରେ ବି ମରୁଡ଼ି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବଲାଙ୍ଗିର, ବାଲେଶ୍ୱର ଓ ବରଗଡ଼। ଖରିଫ୍ ଋତୁ ଆରମ୍ଭରୁ ସପ୍ତାହେ ଭିତରେ ତିନି ତିନି ଜଣ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଲାଣି।ବରଗଡ଼ର ଜିଲ୍ଲା ବିରମାଲ ପୋଢ଼ମୁଣ୍ଡା ଗାଁର ବୈଷ୍ଣବ ଭୁଏ ମରୁଡ଼ି ସଙ୍କଟକୁ ନେଇ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକଙ୍କ କହିବା କଥା, ଗତବର୍ଷ ମରୁଡ଼ି ମାଡ଼ ସହିଥିବା ବୈଷ୍ଣବ ଏଥର ୭୦ ହଜାର ଟଙ୍କା ଋଣ କରି ପୁଣିଥରେ ଚାଷ ପାଇଁ ଅଣ୍ଟାଭିଡ଼ି ଥିଲେ ।

କିନ୍ତୁ ଏଥର ବି ଦଇବ ଦାଉ ସାଧିଲା । ବର୍ଷାଭାବ ଜନିତ ଫସଲ ହାନୀ ଆଶଙ୍କାରେ କୀଟନାଶକ ପିଇ ଜୀବନ ହାରିଲେ ବୈଷ୍ଣବ । ସେପଟେ ଏନେଇ ଅଭିଯୋଗ ହେବା ପରେ, ବୈଷ୍ଣବଙ୍କ ଘର ଓ ଚାଷ ଜମି ବୁଲିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ବରଗଡ଼ ଜିଲ୍ଲା ପ୍ରଶାସନ। ପୂର୍ବରୁ ଗତ ୧୯ ତାରିଖରେ ବଲାଙ୍ଗିର ସଦର ବରକାନି ଗାଁର ଭକ୍ତବନ୍ଧୁ ଦଣ୍ଡସେନା ଓ ୨୩ ତାରିଖରେ ବାଲେଶ୍ୱର ସଦର ପଦ୍ମପୁର ଗାଁର ସୁମନ୍ତ ବେହେରା ଋଣଭାରରେ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବୈଷ୍ଣବ, ସୁମନ୍ତ, ଭକ୍ତବନ୍ଧୁ.. ଇଏ ତ ତିନିଟି ନାଁ ମାତ୍ର । ହେଲେ ଶୁଖିଲା ଜମି ଓ ପୋଡ଼ା ତଳିକୁ ଦେଖିଲେ ନିଇତି ବଞ୍ଚି ଥାଉ ଥାଉ ମରୁଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ଚାଷୀ । ଶ୍ରାବଣ ମାସରେ ମେଘଶୂନ୍ୟ ଆକାଶକୁ ଚାହିଁଲେ ଗୋଡ଼ାଉଛି ମରୁଡ଼ି ଭୟ।

ଏଣେ ବର୍ଷା ନଥିବାକୁ, ତେଣେ ଜଳସେଚନ ପ୍ରକଳ୍ପ ବି ଅଚଳ। ଏକର ଏକର ଜମିରେ ପାଣି ଟୋପାଏର ଚିହ୍ନବର୍ଣ୍ଣ ନାହିଁ । ସେପଟେ ଚାଷ ପାଇଁ ସମୟ ଗଡ଼ିଯାଉଥିବାରୁ ଚିନ୍ତାରେ ଚାଷୀ । ମରୁଡ଼ି ପ୍ରସଙ୍ଗରେ ଆଜି ବିଧାନସଭାରେ ବି ହୋଇଛି ସରଗରମ ଆଲୋଚନା। ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷାଭାବ ଯୋଗୁଁ ମରୁଡ଼ି ସ୍ଥିତି ଉପୁଜିଥିବା ଶୂନ୍ୟକାଳରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ।

ସେପଟେ ଋଣଭାର ଯୋଗୁଁ ଦେଶସାରା ଚାଷୀ ଆତ୍ମହତ୍ୟା କରୁଥିବା ବିଜେଡି ସାଂସଦ ପାର୍ଲାମେଣ୍ଟରେ କହୁଥିବା ବେଳେ ରାଜ୍ୟ କ୍ଷେତ୍ରରେ ଦୋମୁହାଁ ନୀତି ଧରୁଥିବା କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ  ମିଶ୍ର । ଶାସକ ଦଳ ବିଧାୟକ ବି ଜଳାଭାବ କଥା ଉଠାଇ କ୍ଷୋଭ ପ୍ରକାଶ କରିଥିଲେ। ବିରୋଧୀ ସଦସ୍ୟଙ୍କ ଉଦ୍‌ବେଗ ପରେ ମରୁଡି ସ୍ଥିତି ସଂପର୍କରେ ଆସନ୍ତାକାଲି ରାଜସ୍ୱ ମନ୍ତ୍ରୀ ବିବୃତି ରଖିବେ ବୋଲି ରୁଲିଂ ଦେଇଛନ୍ତି ବାଚସ୍ପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story