୨୧ ଜିଲ୍ଲାକୁ ମରୁଡ଼ି ଭୟ ! ଆଗକୁ ବର୍ଷା ନହେଲେ ଏହି ପଦକ୍ଷେପ ନିଆଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଚାଷୀ ଯେତିକି ଖୁସି ଥିଲା, ତା’ଠୁ ଅଧିକ ଚିନ୍ତା ବଢ଼ିଯାଇଛି ଶୁଖିଲା କ୍ଷେତକୁ ଦେଖି । କାରଣ ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ବି ଆବଶ୍ୟକ ପରିମାଣର ବର୍ଷା ନାହିଁ।  ଫଳରେ କେଉଁଠି ଜମି ଫାଟି ଆଁ କରିଛି ତ’ ଆଉ କେଉଁଠି ତଳି ମରିବାକୁ ବସିଲାଣି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୧ଟି ଜିଲ୍ଲାରେ ସ୍ୱାଭାବିକ୍‌ଠାରୁ କମ୍ ବର୍ଷା ହୋଇଛି । ଅର୍ଥାତ ଏସବୁ […]

971

Tapas Behera
  • Published: Sunday, 21 July 2019
  • , Updated: 21 July 2019, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମୌସୁମୀ ଛୁଇଁବା ପରେ ଚାଷୀ ଯେତିକି ଖୁସି ଥିଲା, ତା’ଠୁ ଅଧିକ ଚିନ୍ତା ବଢ଼ିଯାଇଛି ଶୁଖିଲା କ୍ଷେତକୁ ଦେଖି । କାରଣ ଆଷାଢ଼ ଯାଇ ଶ୍ରାବଣ ଆସିଥିଲେ ବି ଆବଶ୍ୟକ ପରିମାଣର ବର୍ଷା ନାହିଁ।  ଫଳରେ କେଉଁଠି ଜମି ଫାଟି ଆଁ କରିଛି ତ’ ଆଉ କେଉଁଠି ତଳି ମରିବାକୁ ବସିଲାଣି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୧ଟି ଜିଲ୍ଲାରେ ସ୍ୱାଭାବିକ୍‌ଠାରୁ କମ୍ ବର୍ଷା ହୋଇଛି । ଅର୍ଥାତ ଏସବୁ ଜିଲ୍ଲାରେ ମରୁଡ଼ି ସ୍ଥିତି ଉପୁଜିବାର ଆଶଙ୍କା ରହିଛି।

ଭଦ୍ରକ ବ୍ଲକରେ ଗତ ମାସରେ ସ୍ୱଳ୍ପ ବର୍ଷା ସତ୍ତ୍ୱେ ଚାଷ କାମ ଆରମ୍ଭ କରିଥିଲେ ଅଞ୍ଚଳର ଚାଷୀ । କିନ୍ତୁ ଗତ କିଛି ଦିନ ହେଲା ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କରିଛି ତ’ ଆଉ କେଉଁଠି ଧାନ ତଳିଗୁଡ଼ିକ ହଳଦିଆ ପଡ଼ିଗଲାଣି । ଭଦ୍ରକ ଜିଲ୍ଲାର ଅନୁପାଳ, ବିଷ୍ଣୁପୁର ଓ କୋରକରା ପଞ୍ଚାୟତରେ ସ୍ଥିତି ଉତ୍କଟ ହୋଇପଡ଼ିଛିା ପରିଣାମ ସ୍ୱରୁପ ଧାରକରଜ କରି ଚାଷବାସ ଆରମ୍ଭ କରିଥିବା ଚାଷୀଙ୍କ କ୍ଷେତରେ ଏବେ ଗାଈ-ଗୋରୁ ଚରିବା ଆରମ୍ଭ କଲେଣି ।

ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଗତ ୧୫ ଦିନ ହେଲା, ବର୍ଷା ଅଭାବରୁ ରୁଆ ବେଉଷଣ ତ ଦୂରର କଥା ତଳିଗୁଡ଼ିକ ଶୁଖିବାକୁ ବସିଲାଣି। ଜମି ଫାଟି ଆଁ କଲାଣି । କେବଳ କୁଚିଣ୍ଡା ନୁହେଁ, ସମ୍ବଲପୁର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଯଦି ଦିନେ ଦୁଇଦିନ ମଧ୍ୟରେ ବର୍ଷା ନହୁଏ, ତେବେ ସ୍ଥିତି ସଂଗୀନ ହେବା ଆଶଙ୍କା କରାଯାଉଛି। ସେହିପରି ବର୍ଷା ଅଭାବରୁ ଜଗତସିଂପୁର ଜିଲ୍ଲାରେ ବି ସ୍ଥିତି ସଂଗୀନ ରହିଛି । ତେବେ ଏଠି ସ୍ୱଳ୍ପ ବୃଷ୍ଟିପାତ ଯେତିକି ଦାଉ ସାଧୁଛି ତାଠୁ ବଳି ଯାଇଛି ଜଳସେଚନ ବ୍ୟବସ୍ଥା । କାରଣ ପୋଲ ନିର୍ମାଣ ପାଇଁ ମାଛଗାଁ କେନାଲରେ ପାଣି ଛାଡ଼ୁନି ଜଳସେଚନ ବିଭାଗ । ଫଳରେ ତଳମୁଣ୍ଡରେ ଥିବା ରଘୁନାଥପୁର ବ୍ଲକ ଅଞ୍ଚଳରେ ଉଜୁଡ଼ିବାକୁ ବସିଲାଣି ଚାଷ ।

ସ୍ୱଳ୍ପ ବର୍ଷା ଜନିତ ସମ୍ଭାବ୍ୟ ମରୁଡ଼ି ସ୍ଥିତି ପ୍ରସଙ୍ଗରେ ଶନିବାର ବିଧାନସଭାରେ ବିବୃତି ରଖିଥିଲେ ରାଜସ୍ୱ ମନ୍ତ୍ରୀ। ଜୁନ ୧ରୁ ଜୁଲାଇ ୧୯ ମଧ୍ୟରେ ସ୍ୱାଭାବିକ୍‌ ଠାରୁ ୨୬.୩ ପ୍ରତିଶତ କମ୍ ବର୍ଷା ହୋଇଛିା ୨୧ଟି ଜିଲ୍ଲାରେ ବୃଷ୍ଟିପାତର ପରିମାଣ କମ୍ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ଆଗାମୀ ଦିନରେ ଆବଶ୍ୟକ ପରିମାଣର ବର୍ଷା ନହେଲେ ଆପାତକାଳୀନ କୃଷି ଯୋଜନା ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related story