ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ପିଟିଲା ମଦୁଆ

ଆଠଗଡ଼(ଓଡ଼ିଶା ରିପୋର୍ଟର): ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ମାଡ଼। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନାରେ । ଜଣେ ନିଶାସକ୍ତ ଯୁବକ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ , ଗତକାଲି ରାତିରେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କରିଥିଲା। ଏଥିରେ ଥାନା ଏସ୍‌ଆଇ, ଏଏସ୍‌ଆଇ ଓ ଜଣେ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ତେବେ ପରେ ପୁଲିସ ସଂପୃକ୍ତ ଯୁବକକୁ […]

police-2-1

Tapas Behera
  • Published: Sunday, 17 November 2019
  • , Updated: 17 November 2019, 09:28 PM IST

ଆଠଗଡ଼(ଓଡ଼ିଶା ରିପୋର୍ଟର): ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ମାଡ଼। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଥାନାରେ । ଜଣେ ନିଶାସକ୍ତ ଯୁବକ ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ମୁତାବକ , ଗତକାଲି ରାତିରେ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାନାରେ ପଶି ପୁଲିସ ଉପରେ ଆକ୍ରମଣ କରିଥିଲା। ଏଥିରେ ଥାନା ଏସ୍‌ଆଇ, ଏଏସ୍‌ଆଇ ଓ ଜଣେ କନଷ୍ଟେବଲ ଗୁରୁତର ଆହତ ହୋଇଛନ୍ତି। ତେବେ ପରେ ପୁଲିସ ସଂପୃକ୍ତ ଯୁବକକୁ କାବୁ କରିନେବାରେ ସଫଳ ହୋଇଥିଲା । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ପୁଲିସ ଉପରେ ଆକ୍ରମଣର କାରଣ ଜଣାପଡିନାହିଁ।

Related story