ବନ୍ୟାଂଚଳରେ ନାପକିନ୍ ଓ ଶୁଖିଲା ଖାଦ୍ୟ ବଂଟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟା ପ୍ରଭାବିତ ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡା ପଂଚାୟତ ବିଲିମନ୍ତ୍ରୀ ସାହିରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାମାଜିକ ଅନୁଷ୍ଠାନ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ନାପକିନ୍, ଔଷଧ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ଅନୁଷ୍ଠାନର ସମ୍ପାଦିକା ସାମାଜିକ କର୍ମୀ ପ୍ରୀତିଛନ୍ଦା ଧଳଙ୍କ ନେତୃତ୍ୱରେ ଏକ ଟିମ୍ ବିଲିମନ୍ତ୍ରୀସାହି ଅଂଚଳର ୧୦୦ରୁ ଅଧିକ ବନ୍ୟା ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ, ମହିଳାମାନଙ୍କୁ ସାନିଟାରି ନାପକିନ, ପ୍ୟାଡ୍ ଓ ଚର୍ମ ରୋଗର ଔଷଧ ବଂଟନ କରାଯାଇଛି। […]

food

food

Ordigital Desk
  • Published: Friday, 26 August 2022
  • Updated: 27 August 2022, 10:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବନ୍ୟା ପ୍ରଭାବିତ ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡା ପଂଚାୟତ ବିଲିମନ୍ତ୍ରୀ ସାହିରେ ବନ୍ୟା ପ୍ରଭାବିତ ଲୋକଙ୍କୁ ସାମାଜିକ ଅନୁଷ୍ଠାନ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ ନାପକିନ୍, ଔଷଧ ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି।

ଅନୁଷ୍ଠାନର ସମ୍ପାଦିକା ସାମାଜିକ କର୍ମୀ ପ୍ରୀତିଛନ୍ଦା ଧଳଙ୍କ ନେତୃତ୍ୱରେ ଏକ ଟିମ୍ ବିଲିମନ୍ତ୍ରୀସାହି ଅଂଚଳର ୧୦୦ରୁ ଅଧିକ ବନ୍ୟା ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ, ମହିଳାମାନଙ୍କୁ ସାନିଟାରି ନାପକିନ, ପ୍ୟାଡ୍ ଓ ଚର୍ମ ରୋଗର ଔଷଧ ବଂଟନ କରାଯାଇଛି। ଏବେ ବନ୍ୟା ଜଳ ଛାଡିଯାଇଥିଲେ ବି ଲୋକେ କିପରି ସ୍ୱଚ୍ଛ ରହିବେ,ପାଣି ଗରମ କରି ଫୁଟେଇ ପିଇବା, ବିଶେଷତଃ ମହିଳାମାନେ ମାସିକ ଋତୁସ୍ରାବ ସମୟରେ କିପରି ସ୍ୱଚ୍ଛତା ଅବଲମ୍ବନ କରିବେ ସେ ସମ୍ପର୍କରେ ଶ୍ରୀମତୀ ଧଳ ସମସ୍ତ ବନ୍ୟା ବିପନ୍ନମାନଙ୍କୁ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜିକ କର୍ମୀ ମିହିକ୍ଷୀତା ମିଶ୍ର, ମଧୁଲିତା ପରିଡ଼ା, ବିମଳ ମିଶ୍ର, ସନ୍ତୋଷ କୁମାର ପଣ୍ଡା, ନିହାର ରଞ୍ଜନ ମାଝୀ, ଆର୍ତ୍ତତ୍ରାଣ ମହାପାତ୍ର, ସତ୍ୟରଞ୍ଜନ ସାହୁ, ୱାର୍ଡ ସଭ୍ୟ ପରମାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଂଟନରେ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଗଠନ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଲାଲା ସୁନିଲ କୁମାର ରଥ ପରିଚାଳନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos