ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ପୁଲିସ ବାବୁ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜାତିଆଣ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡ଼ାର ଡିଏସ୍‌ପି ରବିନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏଥିସହ ଶ୍ରୀ ସେଠୀଙ୍କ ସରକାରୀ ବାସଭବନ ଓ କୁଜଙ୍ଗ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନରସିଂହପୁର ଗାଁର ଜଗଦୀଶ ଛୁରା ଏକ ଜାତିଆଣ ମାମଲାରେ ଫସି ଯାଇଥିଲେ। ସେଥିରୁ […]

dsp-arrested-by-vigilance-while-accepting-bribe

dsp-arrested-by-vigilance-while-accepting-bribe

Manoranjan Sial
  • Published: Tuesday, 26 February 2019
  • Updated: 26 February 2019, 07:01 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜାତିଆଣ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡ଼ାର ଡିଏସ୍‌ପି ରବିନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏଥିସହ ଶ୍ରୀ ସେଠୀଙ୍କ ସରକାରୀ ବାସଭବନ ଓ କୁଜଙ୍ଗ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନରସିଂହପୁର ଗାଁର ଜଗଦୀଶ ଛୁରା ଏକ ଜାତିଆଣ ମାମଲାରେ ଫସି ଯାଇଥିଲେ। ସେଥିରୁ ମୁକ୍ତି ପାଇବା ପାଇଁ ସେ ଏସ୍‌ଡିପିଓଙ୍କ ପାଖରେ ଶରଣ ପଶିଥିଲେ। ମାମଲାର ସମାଧାନ ପାଇଁ ଶ୍ରୀ ସେଠୀ ତାଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ପରେ ମୂଲ୍‌ଚାଲ୍‌ ୫୦୦୦ ଟଙ୍କାରେ ଛିଡ଼ିଥିଲା।

ଯୋଜନା ମୁତାବକ ଶ୍ରୀ ଛୁରା ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଭିଜିଲାନ୍ସ ଅଧିକାରୀମାନେ ଏହି ଚଢ଼ଉରେ ସାମିଲ୍‌ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos