ଏପ୍ରିଲ ଶେଷସୁଦ୍ଧା ଡାକ୍ତରଙ୍କୁ ଡିଏସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଁ ଆଗୁଆ ୪ମାସର ଦରମା ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାର ଏପ୍ରିଲ ୩୦ତାରିଖ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦିଓ ଡାକ୍ତରଙ୍କ ପଦୋନ୍ନତି ନିମନ୍ତେ ଡିଏସିପି ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ଧରି ଘୋଷଣା କରିଥିଲେ, କିନ୍ତୁ ଏହା […]

medical-staff-in-odisha

Tapas Behera
  • Published: Saturday, 28 March 2020
  • , Updated: 28 March 2020, 06:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇଁ ଆଗୁଆ ୪ମାସର ଦରମା ଦେବାକୁ ଘୋଷଣା କରିଥିବା ରାଜ୍ୟ ସରକାର ଏପ୍ରିଲ ୩୦ତାରିଖ ସୁଦ୍ଧା ଡାକ୍ତରଙ୍କ ପଦୋନ୍ନତି ସମସ୍ୟାର ସମାଧାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦିଓ ଡାକ୍ତରଙ୍କ ପଦୋନ୍ନତି ନିମନ୍ତେ ଡିଏସିପି ଲାଗୁ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦେଢ଼ବର୍ଷରୁ ଅଧିକ ସମୟ ଧରି ଘୋଷଣା କରିଥିଲେ, କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ।

ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନଙ୍କ ପାଇଁ ଡାଇନାମିକ ଆସ୍ୟୁଏଡ୍ କ୍ୟାରିୟର ପ୍ରୋଗ୍ରେସନ(ଡିଏସିପି)କୁ ତତ୍କାଳ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ଓ ଏହାର ପରିଚାଳନା ଦିଗରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରର ମେଡିକାଲ ଅଫିସରମାନେ ଏବେ ଆମ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଭୂମିକା ତୁଲାଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିଏସିପି ଯୋଜନା ଅନ୍ତର୍ଗତ ସେମାନଙ୍କର ପଦୋନ୍ନତିକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିୟମରେ ଗୋଟିଏ ଥର କୋହଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଡିଏସିପି ପାଇଁ ଡାକ୍ତରମାନେ ବର୍ଷବର୍ଷ ଧରି ଦାବି କରି ଆସୁଥିଲେ। ସାଧାରଣ ନିର୍ବାଚନର ୪ମାସ ପୂର୍ବରୁ ଡାକ୍ତରମାନଙ୍କର ଡିଏସିପି ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ ମଧ୍ୟ ପିଏଆର(ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ) ଆବଶ୍ୟକ ଥିବାରୁ ଡାକ୍ତରମାନେ ପଦୋନ୍ନତି ପାଇପାରୁନଥିଲେ। ତେବେ ମୁଖ୍ୟମନ୍ତ୍ରୀ ଏହି ପିଏଆରକୁ ଗୋଟିଏ ଥର ପାଇଁ କୋହଳ କରିଛନ୍ତି। ଡାକ୍ତରଙ୍କ ସୁବିଧା ନିମନ୍ତେ ଏହି ସମସ୍ତ ପ୍ରକ୍ରିୟା ଏପ୍ରିଲ ୩୦ତାରିଖ ସୁଦ୍ଧା ଶେଷ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Related story