ନବରଙ୍ଗପୁର( ନବଘନ ବିଷୋୟୀ): ଗତ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁ ନବରଙ୍ଗପୁରର ନଦୀକୂଳିଆ ଗାଁଗୁଡିକ ଏବେ ପାଣି ଘେରରେ। କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁର ୨ଟି ଓ୍ୱାର୍ଡର ୨ ହଜାର ଲୋକ ଏବେ ପାଣି ଘେରରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ। ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି। କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି ।
ସେହିଭଳି ବିଞ୍ଜିଲି ପଞ୍ଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଞ୍ଚାୟତର ଘାଟଚୁରା, କାଟାଗୁଡା, ନୂଆଗୁଡ଼ା, ଆଳୁପଦର , ଲାଞ୍ଜିଆଗୁଡା ଗାଁ ଏବେ ପାଣି ଘେରରେ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଓଡ୍ରାଫ ଟିମ୍ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ଅଧିକ ବର୍ଷା ହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଆଗେଇବ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
Politics
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।