ପୁରୀ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ-ଭୁବନେଶ୍ୱରକୁ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି। ଭୁବନେଶ୍ୱର-ପୁରୀ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
ବସ୍ ଚଳାଚଳ ସମୟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ଲାଗିଛି। ଭୁବନେଶ୍ୱର ବସ୍‌ ମାଲିକ ସଂଘର ୧୮ଟି ବସ୍‌କୁ ୩ ଦିନ ହେଲା ପୁରୀ ସଂଘ ଅଟକାଇଛି। ଏହାର ପ୍ରତିବାଦରେ ପୁରୀର କିଛି ବସ୍‌କୁ ଭୁବନେଶ୍ୱର ମାଲିକ ସଂଘ ଅଟକ ରଖିଛି।
ଏପିରି ସ୍ଥିତିରେ ପୁରୀ ଓ ଭୁବନେଶ୍ୱର ମଧ୍ୟରେ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। ଫଳରେ ଲୋକେ ହଇରାଣ ହେବା ସହ ଅନ୍ୟ ଗାଡ଼ିରେ ଅଧିକ ଟଙ୍କା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି।