ଗର୍ଭବତୀଙ୍କ ଉପରେ ମାଡ଼ି ଗଲା ଡମ୍ପର

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ସବିତା ନାଗ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଲଖି ସଲମା। ବିନୋପୁର ଗାଁର ଲକ୍ଷି ତାଙ୍କ ସଂପର୍କୀୟ ସବିତାଙ୍କୁ ବାଇକ୍‌ରେ ନେଇ ଯାଉଥିବା ବେଳେ ଏକ ଡମ୍ପର ସହିତ ମୁହାଁମୁହିଁ […]

Accident

Accident

Jitendra Garnayak
  • Published: Wednesday, 02 June 2021
  • Updated: 02 June 2021, 02:24 PM IST

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧୀନ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଡମ୍ପର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାଁ ସବିତା ନାଗ। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଲଖି ସଲମା।

ବିନୋପୁର ଗାଁର ଲକ୍ଷି ତାଙ୍କ ସଂପର୍କୀୟ ସବିତାଙ୍କୁ ବାଇକ୍‌ରେ ନେଇ ଯାଉଥିବା ବେଳେ ଏକ ଡମ୍ପର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ଡମ୍ପରଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଏହା ତଳେ ଉଭୟ ସବିତା ଓ ଲଖି ଚାପି ହୋଇଯାଇଥିଲେ। ଜେସିବି ଆସିବା ପରେ ଡମ୍ପର ତଳୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ସବିତାଙ୍କ ମୃତ୍ୟୁ ଘଟିଥିଲା। ସେ ଗର୍ଭବତୀ ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଲଖିଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ପରେ ବିନୋପୁର ଗ୍ରାମବାସୀ ଖଡ଼ିଆଳ-ବୋଡ଼େନ ରାସ୍ତା ଅବରୋଧ କରିଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos