ଅମୁଲ୍ ପରି ଦିଶୁଛି, ହେଲେ ସ୍ୱାଦ ନାହିଁ
ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ବଜାରରେ ମିଳୁଛି ନକଲି ଅମୁଲ୍। ପ୍ୟାକେଟ୍ରେ ମିଳୁଥିବା ଏହି ଅମୁଲ୍ ହାତକୁ ସୁଜି ଦାନା ଭଳି ଲାଗୁଛି। ଏମିତିକି ସଙ୍ଗେ ସଙ୍ଗେ ପାଣିରେ ମିଶି ଯାଉଛି।
ଜଣେ ବ୍ୟକ୍ତି କଲେଜ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ୧ କିଲୋ ଅମୁଲ୍ ନେଇଥିଲେ। ଘରେ ପ୍ୟାକେଟ୍ ଖୋଲି ଚା କରିଥିଲେ। ପାଣିରେ ମିଶାଇଲେ ଏହା ଅମୁଲ୍ ପାଣି ଭଳି ଦିଶୁ ନଥିଲା କି ଏହାର ସ୍ୱାଦ ନଥିଲା।
ଏନେଇ ସେ ଦୋକାନୀକୁ ପଚାରିଥିଲେ। ତେବେ ହୋଲ୍ସେଲ୍ର ଠାରୁ ଅମୁଲ ଆଣିଥିବା ଦୋକାନୀ କହିଥିଲେ।
ତେବେ ଏହା ନକଲି ଅମୁଲ୍ କି ଏକ୍ସପାଇରୀ ହୋଇଯାଇଥିବା ଅମୁଲ୍ ତାହା ସ୍ପଷ୍ଟ ହୋଇନାହିଁ।
ଏହାର ତଦନ୍ତ କରାଯାଇ ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।